ପରିବାରର ୫ ଜଣଙ୍କୁ ମାରିଦେଲେ

ପ୍ରୟାଗରାଜ : ଉତରପ୍ରଦେଶର ପ୍ରୟାଗରାଜରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଯାଇଛି । ଗୋଟିଏ ପରିବାରର ୫ ଜଣଙ୍କୁ ମାରି ଦିଆଯାଇଛି । ଦୁଇ ବୟସ୍କ ଦମ୍ପତି, ତାଙ୍କ ଝିଅ, ବୋହୂ ଓ ନାତୁଣୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷରେ ପୁଲିସ ଏହାକୁ ଗୁରୁତର ସହ ନେଇ ୭ଟି ଟିମ ଜରିଆରେ ତଦନ୍ତ ଜୋରଦାର କରିଛି ।
ମୃତକ ରାଜ କୁମାର ଯାଦବ, ତାଙ୍କ ପତ୍ନୀ କୁସୁମ, ଝିଅ ମନୀଷା, ବୋହୂ ସବିତା ଓ ନାତୁଣୀ ମୀନାକ୍ଷୀଙ୍କ ଶବକୁ ପୁଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ରାଜକୁମାରଙ୍କୁ ଘରୁ ଧୂଅାଁ ଉଠୁଥିବା ଦେଖିବାକୁ ମିଳିଥିଲା । ନିଅାଁ ଲାଗିଥିବା ଭାବି ଗାଁ ଲୋକେ ଘରକୁ ଯିବା ବେଳେ କବାଟ ପଡ଼ିଥିଲା । କବାଟ ଭାଙ୍ଗି ଦେଖିଲା ବେଳକୁ ପାଂଚ ଜଣଙ୍କ ମୃତ ଶରୀର ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲା । ଏହାକୁ ନେଇ ଗାଁରେ ଉତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । କିଛିଦିନ ତଳେ ପ୍ରୟାଗରାଜର ନବାବଗଙ୍ଗ ଖାଗଲପୁର ଅଂଚଳରେ ଜଣେ ମହିଳା, ତାଙ୍କର ତିନି ଝିଅଙ୍କ ଗଳା କାଟି ହତ୍ୟା କରାଯାଇଥିଲା ।
Powered by Froala Editor