ତୃତୀୟ ବିବାହ କଲେ ୧୫ ପିଲାର ବାପା
ନୂଆଦିଲ୍ଲୀ : ଅନେକ ଲୋକ ଥରେ ନୁହେଁ ୨ ଥର ମଧ୍ୟ ବିବାହ କରନ୍ତି । ହେଲେ ବୟସର ଶେଷ ପର୍ୟ୍ୟାୟରେ, ଜଣେ ବ୍ୟକ୍ତି କ୍ୱଚିତ୍ ବିବାହ କରିବାକୁ ଚିନ୍ତା କରନ୍ତି । କିନ୍ତୁ ଇରାକର ଜଣେ ବ୍ୟକ୍ତି ହାଜି ମୁଖିଲିଫ ଫରହୋଦ ଅଲ-ମାନସୁରିଙ୍କ ଚିନ୍ତାଧାରା ଅଲଗା ଅଟେ। ଇରାକରେ ରହୁଥିବା ଅଲ-ମାନସୁରୀ ନିକଟରେ ୧୦୩ ବର୍ଷ ବୟସରେ ୩୭ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ। ବିବାହ ଉତ୍ସବରେ ଅଲ-ମାନସୁରୀର ୧୫ ପିଲା ଏବଂ ୧୦୦ ରୁ ଅଧିକ ନାତି ନାତୁଣୀ ସାମିଲ୍ ହୋଇଥିଲେ । କହିବାକୁ ଗଲେ ତାଙ୍କର ଅଧିକ ସନ୍ତାନର ଇଚ୍ଛା। ଏଥି ପାଇଁ ସେ ତୃତୀୟ ଥର ପାଇଁ ବିବାହ କରିଛନ୍ତି ।
ସୂଚନା ଅନୁଯାୟୀ, ଅଲ-ମାନସୁରୀ ଇରାକର ଏକ ସହରରେ ରୁହନ୍ତି। ୧୯୧୯ ମସିହାରେ ଜନ୍ମ ହୋଇଥିବା ମାନସୁରୀ ଗତ ସପ୍ତାହରେ ୩୭ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ । ଏହି ବୟସରେ ସେ ଦ୍ୱିତୀୟ ପତ୍ନୀଙ୍କୁ ଛାଡି ତୃତୀୟ ବିବାହ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ଅଲ-ମାନସୁରୀଙ୍କ ପୁଅ କହିଛନ୍ତି ଯେ “ମା’ଙ୍କ ମୃତ୍ୟୁର ୨୩ ବର୍ଷ ପରେ ମୋ ବାପା ପୁନର୍ବାର ବିବାହ କରିଥିଲେ। କିନ୍ତୁ ତାଙ୍କର ଦ୍ୱିତୀୟ ପତ୍ନୀ ଘର ଛାଡି ଚାଲି ଯାଇଥିଲେ। ବାପା କିଛି ମାସ ଅପେକ୍ଷା କରିଥିଲେ କିନ୍ତୁ ଯେତେବେଳେ ସେ ଫେରି ନଥିଲେ, ସେ ଆମକୁ ତୃତୀୟ ପତ୍ନୀ ଖୋଜିବାକୁ କହିଥିଲେ କି ଯିଏ ଅଧିକ ସନ୍ତାନ ଜନ୍ମ କରିପାରିବ।
ଏହା ସହ ସେ ଆହୁରି କହିଛନ୍ତି କି, “ଆମେ ଜଣେ ଭଲ ମହିଳା ପାଇଛୁ, ଯିଏ ୧୯୮୫ରେ ଜନ୍ମଗ୍ରହଣ କରିଛନ୍ତି। ବାପାଙ୍କ ତୃତୀୟ ବିବାହରେ ତାଙ୍କ ପିଲା ଏବଂ ନାତି ଉଭୟ ଜଡିତ ଥିଲେ। ଅଲ-ମାନସୁରୀଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ବୟସ କମ୍ ଏବଂ ସେ ଅଧିକ ସନ୍ତାନ କରିବାକୁ ମଧ୍ୟ ଇଚ୍ଛା ରଖନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ବିବାହ ଏବଂ ସନ୍ତାନ ମାମଲାରେ ମାନସୁରୀର ବଡ ପୁଅ ତାଙ୍କଠାରୁ ଦୁଇ ପାଦ ଆଗରେ ରହିଛନ୍ତି। ତାଙ୍କ ବୟସ ଏବେ ୭୨ । ଏହି ବୟସରେ ସେ ୯ଟି ବିବାହ କରିଛନ୍ତି। ୯ଟି ପତ୍ନୀଙ୍କ ଠାରୁ ୧୬ ଝିଅ ଏବଂ ୧୭ଟି ପୁଅ ରହିଛି ।
Powered by Froala Editor