ପୁଣି କରୋନା ଆତଙ୍କ : ଦିନକରେ ୨୫୨୭ ସଂକ୍ରମିତ, ୩୩ ମୃତ
ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ଖେଳାଉଛି କରୋନା ମହାମାରୀ । ପ୍ରତିଦିନ ପୂର୍ବଦିନ ଅପେକ୍ଷା ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨,୫୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ସଂକ୍ରମଣ ତୁଳନାରେ ମୃତ୍ୟୁସଂଖ୍ୟା କମ୍ ରେକର୍ଡ ହେଉଥିବାର ଦେଖାଯାଉଛି । ଦିନକରେ ଦେଶରେ ୩୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୬୫୬ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧୫,୦୭୯କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ ୪,୨୫,୧୭୭,୨୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୨,୧୪୯ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୮୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୯,୧୩,୨୯୬ ଡୋଜ୍ ଦିଆଯାଇଛି । ଅନ୍ୟପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢିବା ପରେ ଆଜିଠୁ ଏଠାରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ନଚେତ୍ ୫୦୦ ଟଙ୍କା ଫାଇନ ଗଣିବେ ଉଲ୍ଲଙ୍ଘନକାରୀ ।
Powered by Froala Editor