ମୁଣ୍ଡ ବିନ୍ଧା ସମସ୍ୟାର ଘରୋଇ ଉପଚାର
ଆଜିକାଲି ଅନେକଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି । ମୁଣ୍ଡ ବିନ୍ଧିବା ପଛରେ ବିଭିନ୍ନ କାରଣ ରହିଥାଏ । ଯେପରିକି ଗ୍ୟ।ଷ୍ଟ୍ରିକ୍ ସମସ୍ୟା ଥିଲେ ମୁଣ୍ଡ ବିନ୍ଧେ,ଶରୀରରେ ଜଳୀୟ ଅଂଶ କମ୍ ଥିଲେ ମୁଣ୍ଡ ବିନ୍ଧେ,ଥଣ୍ଡା ଜନିତ ସମସ୍ୟା ,ଏହି ଭଳି ବିଭିନ୍ନ କାରଣକୁ ନେଇ ମୁଣ୍ଡ ବିନ୍ଧିଥାଏ । ଏହା ଅଧିକ ଦିନ ଲାଗି ରହିଲେ ଏହାକୁ ମାଇଗ୍ରେନ୍ କୁହାଯାଏ । ପ୍ରତିଦିନ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏହା ସହିତ ଏହି ସମସ୍ୟା ପାଇଁ ଏମିତି ମଧ୍ୟ କିଛି ଉପାୟ ରହିଛି ଯାହା ଆପଣାଇବା ଦ୍ୱାରା, ଏହି ସମସ୍ୟାରୁ ଆରାମ୍ ମିଳିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ସର୍ବପ୍ରଥମେ ଶରୀରର ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ଆବଶ୍ୟକ ।
-ପ୍ରଚୁର ପାଣି ପିଇବା ଦରକାର ।
-ନିଶା ସେବନ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ।
-ପ୍ରତିଦିନ ଉତ୍ତମ ନିଦ୍ରାରେ ଶୋଇବା ଆବଶ୍ୟକ ।
-ନିଜର ଖାଦ୍ୟପେୟ ପ୍ରତି ଯଥେଷ୍ଟ ସଚେତନ ହେବା ଉଚିତ୍ ।
-ଅଜୀର୍ଣ୍ଣ ସୃଷ୍ଟି କରୁଥିବା ଖାଦ୍ୟପେୟ ଠାରୁ ଦୂରେଇ ରହିବା ଆବଶ୍ୟକ ।
Powered by Froala Editor