ଫ୍ରିଜ୍ ଭିତରେ ୨୦ ଘଣ୍ଟା : ଉଦ୍ଧାର ପରେ ନାବାଳକ କହିଲା ‘ମୋତେ ଭୋକ ଲାଗୁଛି’

ଏକ ଭଙ୍ଗା ରେଫ୍ରିଜରେଟର ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି ଜଣେ ୧୧ ବର୍ଷୀୟ ନାବାଳକ । ନାବାଳକ ଜଣକ ଉଦ୍ଧାର ପରେ ପ୍ରଥମେ ଖାଇବାକୁ ମାଗିଥିଲା । ଏ ଘଟଣା ଆଶ୍ଚର୍ଯ୍ୟ କଲା ଭଳି ହେଲେବି ସତ । ଏଭଳି ଏକ ଛାତିଥରା ଘଟଣା ୧୫ ଏପ୍ରିଲରେ ଫିଲିପାଇନ୍ସର ବେବି ସିଟିରେ ଘଟିଛି।
ଗତ ଶୁକ୍ରବାର ଦିନ ସିଜେ ଜେସ୍ମେ ନାମକ ବାଳକ ନିଜ ପରିବାର ସହିତ ଘରେ ଥିବା ବେଳେ ଫିଲିପାଇନ୍ସର ବେବେ ସିଟିରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ସମୟରେ ସିଜେଙ୍କ ଘରେ ପାଣି ପଶି ଯାଇଥିଲା। ପରିବାର ଲୋକ ଭୟଭୀତ ହୋଇ ଚାରିଆଡେ ଧାଁ ଦଉଡ କରିବା ଆରମ୍ଭ କରିଦେଇଥିଲେ। ଜେସ୍ମେ ନିଜକୁ ବଞ୍ଚାଇବାକୁ ଘରର ଫ୍ରିଜ୍ ଭିତରେ ପଶି ଯାଇଥିଲା।
ଏପଟେ ଯେତେବେଳେ କିଛି ସମୟ ପରେ ବାତ୍ୟା ଥମି ଯାଇଥିଲା ଉଦ୍ଧାରକାରୀ ଦଳ ନିଜର ରେସକ୍ୟୁ ଅପରେସନ୍ ଆରମ୍ଭ କରିଥିଲେ। ଉଦ୍ଧାରକାରୀ ଦଳଙ୍କୁ ନଦୀ କୂଳରେ ପଙ୍କ ଭିତରେ ଏକ ଫ୍ରିଜ ଦେଖିବାକୁ ମିଳିଥିଲା। ଯେତେବେଳେ ସେ ପାଖକୁ ଆସିଥିଲେ, ତା ଭିତରର ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଭିତରେ ଜେସ୍ମେ ଥିଲା। ପାଣିର ସ୍ରୋତ ସହିତ ରେଫ୍ରିଜରେଟର ନଦୀ କୂଳରେ ପହଁଞ୍ଚି ଯାଇଥିଲେ। ତେବେ ଫ୍ରିଜ୍ ଭିତରେ ବନ୍ଦ ହୋଇ ରହିବା ପରେ ଯେତେବେଳ ଉଦ୍ଧାର ହୋଇଥିଲା ସେତେବେଳେ ସେ ପ୍ରଥମେ କହିଥିଲା, ମୋତେ ଭୋକ ଲାଗୁଛି। ଫ୍ରିଜ୍ ଭିତରେ ପ୍ରାୟ ୨୦ ଘଣ୍ଟା ବିତାଇଥିଲା ସେ।
ଏହି ଘଟଣାରେ ଜେସ୍ମେର ଗୋଡ଼ ଭାଙ୍ଗି ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୋଡ଼ର ଅସ୍ତ୍ରୋପଚାର ପାଇଁ ଜେସ୍ମେକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor