ମଦ ନିଶା ଛଡ଼ାଇଦେଲା କନ୍ୟା : ବେଦୀ ଉପରେ ବର ଗାଲରେ ବାଜିଲା ଶକ୍ତ ଚାପୁଡା

ବେଦୀ ଉପରେ ବର ଗାଲରେ ବାଜିଛି ଶକ୍ତ ଚାପୁଡା । ଆଉ କେହି ନୁହେଁ ସ୍ୱଂୟ କନ୍ୟା ଚାପୁଡା ମରି ବିବାହ ମଣ୍ଡପ ଛାଡି ଚାଲିଯାଇଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।
ଉତ୍ତରପ୍ରଦେଶର ହିମରପୁର ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ବରଙ୍କ ନାଁ ରବିକାନ୍ତ । ସେ ଜାଲୌନ ଜିଲ୍ଲାର ତାଙ୍କ ଗାଁ ସ୍ବାସାରୁ ବରଯାତ୍ରୀ ନେଇ ବାହାରିଥିଲେ। ବରଯାତ୍ରୀଙ୍କୁ କନ୍ୟା ପକ୍ଷରୁ ଧୁମ୍ଧାମ୍ରେ ସ୍ବାଗତ ମଧ୍ୟ କରାଯାଇଥିଲା।
ମାତ୍ର ଯେତେବେଳେ ଜୟମାଳା ପିନ୍ଧାଇବା ସମୟ ଆସିଲା କନ୍ୟା ଜଣକ ବରକୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ। ଲୋକେ ଏସବୁ ଦେଖି ହଠାତ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ କନ୍ୟାଙ୍କର ଏଭଳି କାମ ପଛରେ ମଧ୍ୟ ଏକ କାରଣ ରହିଛି। ବର ଜଣକ ନିଜ ବାହାଘରକୁ ମଦ ପିଇ ଆସିଥିଲେ। ଜୟମାଳା ସମୟରେ ଏକଥା ଜାଣିବାକୁ ପାଇଥିଲେ କନ୍ୟା। ଏହାପରେ ସେ ରାଗି ଯାଇ ବରଙ୍କୁ ଚାପୁଡ଼ା ମାରିଥିଲେ ।
Powered by Froala Editor