ପୁଟିନଙ୍କ ଦୁଇ ଝିଅଙ୍କ ଉପରେ କଟକଣା ଲଗାଇଲା ଆମେରିକା
ୱାଶିଂଟନ୍: ଋଷର ପ୍ରମୁଖ ଘରୋଇ ଓ ରାଷ୍ଟ୍ରୀୟତ୍ତବ୍ୟାଙ୍କ ସମେତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଝିଅଙ୍କ ଉପରେ କଟକଣା ଲାଗୁ କରିଛି ଆମେରିକା । ପୁଟିନଙ୍କ ପୂର୍ବ ପତ୍ନୀ ଲୁ୍ୟଡମିଲା ସ୍କ୍ରେବ୍ନୋଭାଙ୍କ ଝିଅ ମାରିଆ ଭୋରୋନ୍ସେôାଭାଙ୍କ ଝିଅ ମାରିଆ ଭୋରୋନ୍ସେôାଭା ଓ କାଟେରିନା ତିଖୋନୋଭା ଏହି କଟକଣାର ଶିକାର ହୋଇଛନ୍ତି । ଏହାବ୍ୟତୀତ ଋଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ ମଧ୍ୟ ନୂଆ କଟକଣା ଲାଗାଇଛି ଆମେରିକା ।
ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧ ପାଇଁ ଏମାନେ ସମସ୍ତେ ପରୋକ୍ଷରେ ଦାୟୀ । ଏମାନେ ପୁଟିନ୍ ଓ ଋଷକୁ ସମର୍ଥନ ଯୋଗାଉଛନ୍ତି । ତା’ ଛଡା ପୁଟିନଙ୍କ ଅନେକ ସଂପତ୍ତି ତାଙ୍କ ପତ୍ନୀ ଓ ଝିଅଙ୍କ ନାମରେ ରହିଛି । ତେଣୁ ସେମାନଙ୍କୁ ଆମେ ଟାର୍ଗେଟ କରୁଛୁ । ବ୍ରିଟେନ ମଧ୍ୟ ପୁଟିନଙ୍କ ଝିଅଙ୍କ ବିରୋଧରେ କଟକଣା ଲାଗାଇଛି ।
Powered by Froala Editor