ଆଜି ପୌରାଞ୍ଚଳ ପାଇଁ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର: ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ତା’ ସହିତ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ମଧ୍ୟ ପଡିବ ଭୋଟ। ୧୦୫ ପୌରାଞ୍ଚଳରେ ରହିଛି ୫୮ଟି ଏନ୍ଏସି ଓ ୪୭ଟି ମ୍ୟୁନ୍ସିପାଲଟି। ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ ହେବ। ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଓ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ହେବ ଭୋଟ।
୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ। ପ୍ରତି ରାଉଣ୍ଡରେ କମ୍ ଭୋଟ ପାଇଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା ତାରୁ ହଟିବେ। ଶେଷ ୨ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ। ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସମାନ ହୁଏ, ଲଟେରି ଜରିଆରେ ଫଇସଲା ହେବ। ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେଣ୍ଟମାନଙ୍କୁ ନିଜ ଭୋଟ୍ ଦେଖାଇବେ।
Powered by Froala Editor