Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକାରେ କାମ କରୁଥିବା ବିଦେଶୀ ...

  • ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ...

  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ...

  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ...

  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ...

  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ ...

  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ...

  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ...

ବାଣିଜ୍ୟ
Home ›› ବାଣିଜ୍ୟ ››କ୍ଲେବିରା ଭୂତାଣୁ ନିରୋଧୀ ଔଷଧକୁ ଭାରତ ସରକାରଙ୍କ ନିୟାମକ ଦ୍ୱାରା ହାଲୁକାରୁ ମଧ୍ୟମ କରୋନା ସଂକ୍ରମଣର ସହାୟକ ଚିକିତ୍ସା ପାଇଁ ଅନୁମୋଦନ

କ୍ଲେବିରା ଭୂତାଣୁ ନିରୋଧୀ ଔଷଧକୁ ଭାରତ ସରକାରଙ୍କ ନିୟାମକ ଦ୍ୱାରା ହାଲୁକାରୁ ମଧ୍ୟମ କରୋନା ସଂକ୍ରମଣର ସହାୟକ ଚିକିତ୍ସା ପାଇଁ ଅନୁମୋଦନ

2021-05-02 16:50:12
15191
Share:
Facebook
Twitter
E-Mail
WhatsApp
Telegram
କ୍ଲେବିରା ଭୂତାଣୁ ନିରୋଧୀ ଔଷଧକୁ ଭାରତ ସରକାରଙ୍କ ନିୟାମକ ଦ୍ୱାରା ହାଲୁକାରୁ ମଧ୍ୟମ କରୋନା ସଂକ୍ରମଣର ସହାୟକ ଚିକିତ୍ସା ପାଇଁ ଅନୁମୋଦନ

+ ଫର୍ମୁଲେସନ ସହାୟତାରେ ଚିକିତ୍ସାର ପଞ୍ଚମ ଦିନ ୮୬% ଏବଂ ଦଶମ ଦିନ ୧୦୦% ଆରୋଗ୍ୟ ଲାଭ କରାଯାଇପାରୁଛି

+ ଏହା କିଡନି ଏବଂ ଲିଭର ରୋଗୀଙ୍କ ପାଇଁ ମଧ୍ୟ ସୁରକ୍ଷିତ

+ ଏହା ସମ୍ମୁଖ ଭାଗ କର୍ମୀ ଏବଂ ରୋଗୀଙ୍କର ଦେଖାଶୁଣା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ରୋଗ ପ୍ରତିରୋଧ ଚିକିତ୍ସା ଆକାରରେ ବ୍ୟବହାର କରାଯାଇପାରିବ

+ ଏହାକୁ ସେବନ କରିବା ସହିତ କରୋନା ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ


ଭୁବନେଶ୍ୱର: ନିଜର ସର୍ବାଧୁନିକ ଗବେଷଣା ଏବଂ ନବୋନ୍ମେଷ ପାଇଁ ପରିଚିତ ଚେନ୍ନଇସ୍ଥିତ ଏକ ଔଷଧୀୟ କମ୍ପାନୀ ଆପେକ୍ସ ଲାବୋରେଟୋରିଜ ପ୍ରାଇଭେଟ ଲିମିଟେଡ ଏକ ଭୂତାଣୁ ନିରୋଧୀ ହର୍ବାଲ ଫର୍ମୁଲେସନ କ୍ଲେବିରା ପ୍ରସ୍ତୁତ କରିଛି । କ୍ଲେବିରାକୁ ମୁଖ୍ୟତଃ ୨୦୧୭ରେ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା ପାଇଁ ବିକଶିତ କରାଯାଇଥିଲା । ଗତବର୍ଷ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପାଇବା ପରେ ଏହାକୁ ହାଲୁକାରୁ ମଧ୍ୟମ ଧରଣର କୋଭିଡ ଲକ୍ଷଣର ଚିକିତ୍ସା ପାଇଁ ପୁନଃପ୍ରସ୍ତୁତ କରାଯାଇଥିଲା । ଏହି ଉତ୍ପାଦ ସମଗ୍ର ଭାରତରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ପ୍ରତି ବଟିକା ପିଛା ୧୧ ଟଙ୍କା ରଖାଯାଇଛି । 

୨୦୨୦ ମେ-ଜୁନରେ ୧୦୦ ଲୋକଙ୍କ ଠାରେ ଏହାର କ୍ଲିନିକାଲ ପରୀକ୍ଷଣ କରାଯାଇଥିଲା ଏବଂ ତାହାର ଫଳାଫଳ ବେଶ୍‍ ପ୍ରଭାବୀ ଥିଲା ।

ତାମିଲନାଡୁ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଓମାନଦୁରାର ସରକାରୀ ଇଷ୍ଟେଟ ଚେନ୍ନଇସ୍ଥିତ ସରକାରୀ ମେଡିକାଲ କଲେଜଠାରେ ୩୦ ଦିନ ଅବଧିର ପରୀକ୍ଷଣ କାଳରେ ଚିହ୍ନଟ କରାଯାଇଥିବା୧୦୦ ବ୍ୟକ୍ତିଙ୍କୁ ପ୍ରତ୍ୟେକ ୫୦ ଜଣ ଲେଖାଏଁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । ସେଥିମଧ୍ୟରୁ ସାର୍ସ-ସିଓଭି-୨ ସଂକ୍ରମିତ ରୋଗୀ ରହିଥିବା ଗୋଷ୍ଠୀକୁ ହସପିଟାଲ ନିୟମ ଅନୁଯାୟୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ / ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ମାନକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା । ସେହିଭଳି ସାର୍ସ-ସିଓଭି-୨ ସଂକ୍ରମିତ ବ୍ୟକ୍ତି ରହିଥିବା ପରୀକ୍ଷଣ ଗୋଷ୍ଠୀକୁ ଉପରୋକ୍ତ ମାନକ ଚିକିତ୍ସା ସହିତ କ୍ଲେବିରା ବଟିକା ଦିନକୁ ଖାଇବା ପରେ ଦୁଇଥର (ଗୋଟିଏ ଲେଖାଏଁ ଦିନକୁ ଦୁଇଥର) ୧୪ ଦିନ ପାଇଁ ଦିଆଯାଇଥିଲା । ଜଣାଗଲା ଯେ କ୍ଲେବିରା ଆରୋଗ୍ୟ ଲାଭ ପାଇଁ ଲାଗୁଥିବା ସମୟରେ ଉଲ୍ଲେଖନୀୟ ହ୍ରାସ ଘଟାଇଥିଲା, ଯାହା ଶରୀର ଯନ୍ତ୍ରଣା, ଶ୍ୱାସ ପ୍ରଶ୍ୱାସ କ୍ରିୟା ସ୍ୱାଭାବିକ ହେବା (ମିନିଟ ପିଛା ୨୪ରୁ କମ୍‍), ଅମ୍ଳଜାନ ସ୍ତରରେ ଉନ୍ନତି ଘଟିବା(୯୪%ରୁ ଅଧିକ) ଆଦି କ୍ଷେତ୍ରରେ ପରିଲକ୍ଷିତ ହୋଇଥିଲା । 

ଏତଦ୍‍ବ୍ୟତୀତ କ୍ଲେବିରା ବଟିକା ଦ୍ୱାରା ଚିକିତ୍ସା ଫଳରେ ୮୬% ରୋଗୀ ୫ ଦିନ ମଧ୍ୟରେ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ସଂକ୍ରମଣମୁକ୍ତ ହୋଇଥିବା ଏବଂ ୧୦୦% ରୋଗୀ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ୧୦ମ ଦିନ ସଂକ୍ରମଣମୁକ୍ତ ହୋଇଥିବା ଜଣାଗଲା । କୋଭିଡ୧୯ର ଲକ୍ଷଣରେ ଚିକିତ୍ସାଗତ ଉନ୍ନତି ୪.୧ ଦିନରେ ପରିଲକ୍ଷିତ ହୋଇଥିଲା । 

ସଂପ୍ରତି ଅତ୍ୟନ୍ତ ଚାପଗ୍ରସ୍ତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରୁ ସହାୟକ ଚିକିତ୍ସା କିଭଳି ଚାପ ଲାଘବ କରୁଛି ତାହା ଉଲ୍ଲେଖକରି ଆପେକ୍ସ ଲାବୋରେଟୋରିଜ ପ୍ରାଇଭେଟ ଲିମିଟେଡର ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ସୁବାଷିନୀ ବନାଙ୍ଗମୁଦି କହିଛନ୍ତି, “ଚିକିତ୍ସା ଶାସ୍ତ୍ର ଅନୁମୋଦିତ ଚିକିତ୍ସା ସହିତ ସହାୟକ ଚିକିତ୍ସା ମଧ୍ୟ ହାଲୁକାରୁ ମଧ୍ୟମ କୋଭିଡ-୧୯ ସଂକ୍ରମିତଙ୍କର ହସପିଟାଲରେ ଭର୍ତ୍ତିହେବା ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିପାରିବ । ଏପରିକି ଆଇସିୟୁରେ ଜଣେ ବି ରୋଗୀ ଯଦି କମିଲେ ତେବେ ଏହି ସଙ୍କଟଜନକ ସମୟରେ ତାହାର ଅର୍ଥ ଅନେକ କିଛି । ଏହାଦ୍ୱାରା ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ଏବଂ ଯତ୍ନକୁ ସୁନିଶ୍ଚିତ କରାଯାଇପାରିବ । କୋଭିଡ-୧୯ ବିରୁଦ୍ଧ ଏହି ଲଢେଇରେ ହାତ ମିଳାଇବା ଆମମାନଙ୍କର କର୍ତ୍ତବ୍ୟ ।”

କ୍ଲେବିରାର ଫାଇଦା ଓ ବ୍ୟବହାର ସମ୍ପର୍କରେ ବ୍ୟାଖ୍ୟା କରି ଆପେକ୍ସ ଲାବୋରେଟୋରିଜର ମ୍ୟାନେଜର, ଇଣ୍ଟରନ୍ୟାସନା ବିଜନେସ, ଶ୍ରୀ ସି ଆର୍ଥର ପଲ୍‍ କହିଛନ୍ତି, “ଏହି ଭୂତାଣୁ ନିରୋଧୀ ଔଷଧ ଡବ୍ଲୁବିସି, ପ୍ଲେଟଲେଟ ଏବଂ ଲିମ୍ଫୋସାଇଟ କାଉଣ୍ଟ ପରିମାଣ ଏକ ସ୍ୱାଭାବିକ ସ୍ତର ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ଘଟାଇବା ସହିତ ଭାଇରାଲ ଲୋଡ ହ୍ରାସ କରୁଛି, ତେଣୁ ସମସ୍ତ ଲକ୍ଷଣରୁ ସୁସ୍ଥ ହେବା ପ୍ରକ୍ରିୟା ଯଥେଷ୍ଟ ଦ୍ରୁତତର ହେଉଛି । ଏହା ଲିଭର ଏବଂ କିଡନି ସମସ୍ୟା ଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ ଏବଂ ଏହାକୁ ଅନ୍ୟ ଔଷଧ ସହିତ ନିରାପଦରେ ସେବନ କରାଯାଇପାରିବ । ଏହାକୁ କୋଭିଡ-୧୯ ପଜିଟିଭ ରୋଗୀ ଏବଂ ସମ୍ମୁଖଭାଗ ସ୍ୱାସ୍ଥ୍ୟସେବା କର୍ମୀଙ୍କ ପ୍ରାଥମିକ ସଂସର୍ଗର ଚିକିତ୍ସା ନିମନ୍ତେ ପ୍ରତିଷେଧମୂଳକ ଚିକିତ୍ସା ଭାବରେ ବ୍ୟବହାର କରାଯାଇପାରିବ । ଏହାକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସର ବ୍ୟକ୍ତିଙ୍କ ପାଇଁ ସୁପାରିଶ କରାଯାଉଛି । ଏହାର ଉପଲବ୍ଧତା ସମ୍ପର୍କରେ ପ୍ରକାଶ କରି ଆପେକ୍ସ ଲାବୋରେଟୋରିଜର ମାର୍କେଟିଂ ମୁଖ୍ୟ କାର୍ତ୍ତିକ ଶନ୍‍ମୁଗମ କହିଛନ୍ତି, “ଏହି ଔଷଧ ସମଗ୍ର ଭାରତରେ ଉପଲବ୍ଧ ହେଉଛି । ଏହା କେବଳ ଏଲୋପାଥିକ ଚିକିତ୍ସାର ପରିପୂରକ ନୁହେଁ, ତାହାସହିତ ସୁସ୍ଥତା ହାରରେ ଉନ୍ନତି ଆଣି ଦେଶ ସଂପ୍ରତି ସମ୍ମୁଖୀନ ହେଉଥିବା ବିଶାଳ ସାମାଜିକ-ଅର୍ଥନୈତିକ ବୋଝକୁ ଲାଘବ କରିବ । ଏହାର ମୂଲ୍ୟ ସୁହାଇଲା ଭଳି ରଖାଯାଇଛି, ଯଦ୍ଦ୍ୱାରା ଏହା ସମାଜର ପ୍ରତ୍ୟେକଙ୍କ ନିକଟରେ ପହଞ୍ଚିପାରିବ । ପ୍ରତ୍ୟେକ ବଟିକାର ମୂଲ୍ୟ ମାତ୍ର ୧୧ ଟଙ୍କା ରହିଛି ।”

ଏହାର କ୍ଲିନିକାଲ ପରୀକ୍ଷାର ଫଳାଫଳ ତାମିଲନାଡୁ ସରକାର, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏବଂ ଆୟୁଷ ମନ୍ତ୍ରଣାଳୟ ନିକଟରେ ୨୦୨୦ରେ ଦାଖଲ କରାଯାଇଥିଲା । ବ୍ୟାପକ ଯାଞ୍ଚ ଏବଂ ଆଲୋଚନା ପରେ ଏହି ଔଷଧ ଭାରତ ସରକାରଙ୍କ (ଆୟୁଷ) ନିୟାମକଙ୍କ ଦ୍ୱାରା ହାଲୁକାରୁ ମଧ୍ୟମ କୋଭିଡ-୧୯ ଲକ୍ଷଣର ଚିକିତ୍ସା କ୍ଷେତ୍ରରେ ଏକ ସହାୟକ ପ୍ରୟାସ ଭାବରେ ବ୍ୟବହାର କରାଯିବାନୁ ଅନୁମୋଦନ ଲାଭ କରିଛି । କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ ଏବଂ ଏମ୍ସର ଫାର୍ମାକୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଡା.ଏସ କେ ମୌଲିକଙ୍କ ନେତୃତ୍ୱରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ୧୨ ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଦ୍ୱାରା  ବହୁସ୍ତରୀୟ ଯାଞ୍ଚ ଜରିଆରେ ଏହା ଏହି ଧରଣର ପ୍ରଥମ ଅନୁମୋଦନ ଲାଭ କରିଛି ।

Powered by Froala Editor

Tags clevira

Related articles Odisha News Lens 4.1

  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ

    14130
    Oct 09, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...

    14714
    Oct 09, 2026
  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ
    ଦେଶ-ଦେଶାନ୍ତର

    ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ

    15619
    Oct 10, 2026
  • ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ

    15438
    Oct 10, 2026
  • ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କ ନାମ କାଟ୍
    ଦେଶ-ଦେଶାନ୍ତର

    ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କ ନାମ କାଟ୍

    13372
    Oct 10, 2026
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14353
    Oct 10, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ...
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ...

    15382
    Oct 10, 2026
  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...
    ଦେଶ-ଦେଶାନ୍ତର

    କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...

    15802
    Oct 09, 2026
  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'
    ଦେଶ-ଦେଶାନ୍ତର

    ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15167
    Oct 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ

    14130
    Oct 09, 2026
  • ଦେଶ-ଦେଶାନ୍ତର

    ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କ ନାମ କାଟ୍

    13372
    Oct 10, 2026
  • ଦେଶ-ଦେଶାନ୍ତର

    ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15167
    Oct 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17168
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17859
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17815
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18232
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14472
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14578
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15585
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14258
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15995
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15670
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14956
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15546
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14022
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15167
    Oct 10, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    14714
    Oct 09, 2026
  • ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ

    15438
    Oct 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In