କୋଭିଶିଲ୍ଡ ଟିକାକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଭରତରେ ଟିକାକରଣର ନିୟମ ସ୍ଥିର କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ ଏନଟିଏଜିଆଇ କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ଅବଧି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି । ବର୍ତ୍ତମାନ ଟିକାକରଣ ନୀତି ଅନୁଯାୟୀ, କୋଭିଶିଲ୍ଡର ପ୍ରଥମ ମାତ୍ରାର ୧୨ରୁ ୧୬ ସପ୍ତାହ ପରେ ଦ୍ୱତୀୟ ଡୋଜ୍ ଦିଆଯାଇଥାଏ । କିନ୍ତୁ ଏହାକୁ ୮ରୁ ୧୬ ସପ୍ତାହ ହ୍ରାସ କରିବାକୁ ଏନଟିଜିଆଇ ପ୍ରସ୍ତାବ ଦେଇଛି । ଏହାପୂର୍ବରୁ ମେ ୧୩, ୨୦୨୧ରେ କେନ୍ଦ୍ର ସରକାର କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନକୁ ୬ସପ୍ତାହରୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିଥିଲେ । ଏ ବିଷୟରେ ମଧ୍ୟ ଏନଟିଜିଆଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲା ।
ଅନ୍ୟପଟେ ଭାରତ ବାୟୋଟେକ୍ କୋଭାକ୍ସିନ କ୍ଷେତ୍ରରେ ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ । ପ୍ରଥମ ଡୋଜ ନେବାର ୨୮ ଦିନପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯାଉଛି ।
Powered by Froala Editor