ଅଡୁଆରେ ଇମ୍ରାନ ଖାନ
ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବ୍ଲାକମେଲିଂ କରାଯାଉଛି । ଗୋଟିଏ ପଟେ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବାବେଳେ ଅପରପକ୍ଷରେ ସହଯୋଗୀ ଦଳ ବ୍ଲାକମେଲିଂ କରୁଥିବା ଜାଣିବାକୁ ମିଳିଛି । ଫଳରେ ପାକିସ୍ତାନ ତହରିକ-ଏ-ଇନସାଫ ଦଳ ଅଡୁଆରେ ପଡ଼ିଯାଇଛି ।
ପାକିସ୍ତାନ ଗଣମାଧ୍ୟମ ‘ଡନ’ରେ ପ୍ରକାଶିତ ଖବର ଅନୁଯାୟୀ, ଇମ୍ରାନ ଖାନଙ୍କ ପିଟିଆଇର ଅନ୍ୟ ଏକ ସହଯୋଗୀ ଦଳ ହେଉଛି ପାକିସ୍ତାନ ମୁସଲିମ ଲିଗ-କ୍ୟୁ । ଏବେ ଏହି ଦଳ ପାକ ଅନ୍ତର୍ଗତ ପଞ୍ଜାବର ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ଦାବି କରୁଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାରଙ୍କୁ ହଟାଇ ତାଙ୍କ ସ୍ଥାନରେ ଚୌଧୁରୀ ପରଭେଜ ଇଲାହୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛି । ଯାହାକୁ ନେଇ ପାକ ଗୃହମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ପିଏମଏଲ-କ୍ୟୁ ଦଳ ଇମ୍ରାନ ଖାନଙ୍କ ସରକାରଙ୍କୁ ସମର୍ଥନ କରିବା ପାଇଁ ଏଭଳି ବ୍ଲାକମେଲିଂ କରୁଛନ୍ତି ବୋଲି ପାକ ଗୃହମନ୍ତ୍ରୀ ରସିଦ ଅହମ୍ମଦ ପ୍ରକାଶ କରିଛନ୍ତି ।
Powered by Froala Editor