ବେଆଇନ ଟଙ୍କା ମାମଲାରେ ମନ୍ତ୍ରୀ ଗିରଫ

ମୁମ୍ବାଇ : ବେଆଇନ ଟଙ୍କା ଚାଲାଣ ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକ ଗିରଫ ହୋଇଛନ୍ତି । ଏନସିପି ନେତା ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ବେଆଇନ ଟଙ୍କା କାରବାର ନେଇ ତାଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦୀର୍ଘ ସମୟ ଧରି ଜେରା କରାଯାଉଥିଲା । ଏନେଇ ପ୍ରମାଣ ମିଳିବା ପରେ ଗିରଫ କରାଯାଇଥିବା ନେଇ ଇଡ଼ି ପକ୍ଷରୁ କୁହାଯାଇଛି ।
ଗିରଫ ପରେ ନବାବ ମଲ୍ଲିକଙ୍କୁ ମେଡ଼ିକାଲ ନିଆଯାଇଛି । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଂଚ କରାଯିବ । ଏହାପରେ ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ । ଅପରପକ୍ଷରେ ନବାବଙ୍କ ଜାମିନ ଆବେଦନ ନେଇ ତାଙ୍କ ଓକିଲ ସଜବାଜ ହେଉଥିବା ଜଣାପଡ଼ିଛି । ଜାମିନ ନମିଳିଲେ ତାଙ୍କୁ ପୁଣି ରିମାଣ୍ଡରେ ନିଆଯିବା ସହ ଜେଲ ପଠାଇ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।
ସାତ ଘଂଟା ଧରି ତାଙ୍କୁ ଇଡ଼ି ପଚରାଉଚରା କରୁଥିଲା । ଅପରପକ୍ଷରେ ଗିରଫ ପରେ ନବାବ ମଲ୍ଲିକ କହିଛନ୍ତିଯେ, ଝୁକେଙ୍ଗେ ନେହିଁ, ଡରେଙ୍ଗେ ନେହିଁ । ସମସ୍ତଙ୍କର ପର୍ଦ୍ଦାଫାଶ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।
Powered by Froala Editor