ଆପଣ ଅନଲାଇନରେ ମୋବାଇଲ ଅଡ଼ର କରୁଛନ୍ତି ତେବେ ସାବଧାନ! ପହଞ୍ଚୁଛି ଡମି ମୋବାଇଲ
ଭୁବନେଶ୍ୱର: ଅନଲାଇନରେ ଜିନିଷ ମଗାଇବା ବହୁତ ସହଜ ଓ ଶସ୍ତା ହୋଇଗଲାଣି । କିନ୍ତୁ ଏହି ଅନଲାଇନ ସପିଙ୍ଗ ଦ୍ୱାରା ମଧ୍ୟ ବହୁତ ଠକେଇ ହେଉଛି । ଏଥିପାଇଁ ବହୁ ଠକେଇ ଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଲେଣି । ଦାମୀ କମ୍ପାନୀ ମୋବଇଲର ଫଟୋ ଓ ଫିଚର ଦେଖାଇ ଠକେଇ। ଅନଲାଇନରେ ମୋବାଇଲ ବୁକ୍ କରି କିଣିବା ପରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ଡମି ମୋବାଇଲ । ମୋଟା କାଚ ଗୋଟିଏ ଜିପ ବକ୍ସରେ ପାଉଛନ୍ତି ।
ସାଇବର ଠକଙ୍କ ଠାରୁ ସତର୍କ ରହିବା ପାଇଁ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଜାରି କରାଯାଇଛି ହେଲପ୍ଲାଇନ ନମ୍ବର। ଠକାମିର ଶିକାର ହେଲେ ୭୦୭୭୭୯୮୧୧୧ ହେଲ୍ପ ଲାଇନ୍ ନମ୍ବରରେ ଜଣାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
Powered by Froala Editor