କରୋନା ସଂକ୍ରମଣରୁ ରକ୍ଷା କରିବ ଲବଙ୍ଗ ପାଣି
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଏବେ ସମସ୍ତଙ୍କ ଚିନ୍ତା । ଦିନକୁ ଦିନ ଏହା ଭାରିଆଣ୍ଟ ବଦଳାଉଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି । କିଏ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ତ ଆଉ କିଏ ବ୍ୟାୟାମ, ଯୋଗ ଓ ପ୍ରାଣାୟମ୍ ଉପରେ ଧ୍ୟାନ ଦେଉଛି । ଅନେକ ସୁଷମ ଖାଦ୍ୟକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ହେଲେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଲବଙ୍ଗ ପାଣି ଦ୍ୱାରା କରୋନା ସଂକ୍ରମଣ ରୋକା ଯାଇପାରିବ । ଅର୍ଥାତ୍ ଲବଙ୍ଗ ପାଣି ପିଇବା ଦ୍ୱାରା ଏହା ଆମ ଶରୀରରେ ଯଦି କୋଭିଡ୍-୧୯ ଭୂତାଣୁ ପ୍ରବେଶ କରେ ତେବେ ତାହା ବେଶି କ୍ଷତିକାରକ ହେବନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସେମାନଙ୍କ କହିବା କଥା, ଲବଙ୍ଗରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା ଦିନରେ ବା ମହାମାରୀ କୋଭିଡ ସମୟରେ ଲବଙ୍ଗ ଶରୀର ପାଇଁ ବହୁତ ଲାଭ ଦାୟକ । କେବଳ ସେତିକି ନୁହେଁ, ଲବଙ୍ଗ ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ସଂକ୍ରମଣକୁ ରୋକିବା ସହ ହାନିକାରକ ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କରୋନା ବ୍ୟତୀତ ଅନ୍ୟ ସମସ୍ତ ରୋଗ ଠାରୁ ମଧ୍ୟ ଦୂରରେ ରହିବେ । କରୋନା ସମୟରେ କାଶ, ଥଣ୍ଡା ଓ ଜ୍ୱରରୁ ରକ୍ଷା ମଧ୍ୟ ପାଇବା ପାଇଁ ଲବଙ୍ଗ ପାଣି ବହୁତ ସହାୟକ ହୋଇଥାଏ ।
କେବଳ ସେତିକି ନୁହେଁ, ଲବଙ୍ଗ ପାଣି ପିଇବା ଦ୍ୱାରା ମେଦ ବହୁଳତା ମଧ୍ୟ କମିଥାଏ । ଏହା ଶରୀରରେ ଥିବା ଚର୍ବିକୁ ନଷ୍ଟ କରେ । ତ୍ୱଚାରେ ମଧ୍ୟ ଚମକ ଆଣିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଲବଙ୍ଗ ପାଣି ବେଶ୍ ଫଳପ୍ରଦ ବୋଲି କୁହାଯାଇଛି ।
Powered by Froala Editor