ରାଜ୍ୟ କ୍ୟାବିନେଟ ବୈଠକ, ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିଲା ମୋହର
ଭୁବନେଶ୍ବର: ଶେଷ ହୋଇଛି ଗୁରୁତ୍ବପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଥିଲା । ମୋଟ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ, ଶ୍ରମ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଷୋଡ଼ଶ ବିଧାନସଭାର ସତ୍ରାବସାନକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ ।
ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସାମିଲ ହୋଇଥିଲେ । ବିଭିନ୍ନ ଜିଲ୍ଲା ଗସ୍ତ କରିଥିବା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟରୁ ବୈଠକରେ ଯୋଡ଼ି ହୋଇଥିବା ବେଳେ ଅନ୍ୟ କିଛି ମନ୍ତ୍ରୀ ଲୋକସେବା ଭବନରୁ ବୈଠକରେ ସାମିଲ ହୋଇଥିଲେ । ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ, ଅର୍ଥ ବିଭାଗର କିଛି ନିଷ୍ପତ୍ତି ଉପରେ କ୍ୟାବିନେଟରେ ଆଲୋଚନା ହୋଇଛି ।
Powered by Froala Editor