ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଯୁବକଙ୍କୁ ଗଛରେ ବାନ୍ଧିଲେ
ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ମୟୂରଭଞ୍ଜ ମୋରଡା ଥାନା ଚିକିଟାମାଟିଆ ଅଞ୍ଚଳରେ ଘଟିଛି ଏ ଘଟଣା । ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଯାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗାଁର କାର୍ତ୍ତିକ ହେମ୍ବ୍ରମଙ୍କ ଘରୁ ଏହି ୩ଜଣ ଯୁବକ ମୋଟର ଚୋରି କରି ବିକି ଦେବାକୁ ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ଜଣାପଡିବା ପରେ କାର୍ତ୍ତିକ ଓ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରି ଦଣ୍ଡ ଦେଇଥିଲେ । ଏନେଇ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଲୋକେ ନିଜେ ଆଇନକୁ ହାତକୁ ନେଇ କଙ୍ଗାରୁକୋର୍ଟ କରିଛନ୍ତି । ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।