ସଡ଼କ ଦୁର୍ଘଟଣାରେ ଏସଡିଏମଓ ମୃତ
ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର ଦୁର୍ଘଟଣାରେ ଅବସରପ୍ରାପ୍ତ ଧର୍ମଗଡ଼ ଏସଡିଏମଓ ଡାକ୍ତର ହରିଶ୍ଚନ୍ଦ୍ର ପଧାନଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ନିଜ ଘରୁ ଭବାନୀପାଟଣାରୁ କାର ଯୋଗେ ଧର୍ମଗଡ଼କୁ ଆସୁଥିବାବେଳେ ଅଟକି ରହିଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor