ଆର୍ଆଇଙ୍କୁ ପିଟି ଫସିଲେ ଯୁବକ
ଭଦ୍ରକଜିଲ୍ଲା ଚାନ୍ଦବାଲି ତହସିଲ ଅଧୀନ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ ଆର୍ଆଇଙ୍କୁ ମାଡ ମରାଯାଇଛି । ଯାହାକି ସିସିଟିଭି ଫୁଟେଜରେ କଏଦ ହୋଇଛି । ଦିନ ଦିପହରେ ସର୍ବ ସମ୍ମୁଖରେ ଦେଖିବାକୁ ମିଳିଛି । ଏମିତିକି ଅଫିସ ଗୃହରୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ବାହାରେ ମାଡ଼ ମାରିବା ଘଟଣା ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି ।
ଆର.ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ଆର ଆଇ ଅଫିସକୁ ଯାଇ କିଛି କାର୍ଯ୍ୟ କରିବା ପାଇଁ କହିଥିଲେ । କିନ୍ତୁ ଆର.ଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରି ଦେବାରୁ ସୁବାସ ଦାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ବାହାରକୁ ଘୋଷାଡି ନେଇ ପିଟିଥିଲେ । ଏହାକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି ।
ଆର.ଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆର.ଇ ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯାଗ କରିଛନ୍ତି । ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ କହିଛନ୍ତି ଏଭଳି କାଣ୍ଡ ଘଟାଇ ଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।
Powered by Froala Editor