ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଆହତ
ସମ୍ବଲପୁର: ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ରେଢ଼ାଖୋଲ ଥାନା ଡୁମଚାଲି ଜଙ୍ଗଲ ଅଞ୍ଚଳରେ ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ୍ ଟିମା ଆହତ ହୋଇଛି। ଟିମାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସକାଳ ପ୍ରାୟ ୫ଟା ୪୫ ମିନିଟ୍ ସମୟରେ ତିନି ସହଯୋଗୀଙ୍କ ସହ ରେଢ଼ାଖୋଲ ଥାନା ସୀମା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଞ୍ଚଳରେ ଥିବା ଜଣାପଡ଼ିଥିଲା । ତେବେ ଅଭିଯୁକ୍ତମାନେ ପଳାୟନ କରିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଥିଲା ପୁଲିସ । ଅଭିଯୁକ୍ତ ଧନେଶ୍ବର ମଧ୍ୟ ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା ।
ତେବେ ପୁଲିସର ଜବାବୀ ଗୁଳି ସିଧା ଧନେଶ୍ବରର ଡାହାଣ ଗୋଡ଼ରେ ବାଜିଥିଲା । ଟିମା ନାଁରେ ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ମାମଲା ଥିବା ସୂଚନା ମିଳିଛି। ଧନେଶ୍ବର ସହ ତା’ର ତିନି ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।
Powered by Froala Editor