ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ: ଏହି ତିନି ବିଧାୟକ ହେଲେ ନିଲମ୍ବିତ
ଭୁବନେଶ୍ଵର: କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ। କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏବଂ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ ପାଇଁ ୩ ଜଣଙ୍କୁ ବହିଷ୍କାର କରାଯାଇଛି। ଗତକାଲି ଏମାନଙ୍କର ନାଁ କ୍ରସ ଭୋଟିଂର ଅଭିଯୋଗ ହୋଇଥିଲା। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Powered by Froala Editor