ଏସସିବି ମେଡିକାଲ କଲେଜ ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା: ନ୍ୟାୟିକ ତଦନ୍ତ ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର
ଭୁବନେଶ୍ବର: ଏସସିବି ମେଡିକାଲ କଲେଜ ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ବାଳ ଏହାର ତଦନ୍ତ କରି ୬୦ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଆଇସିୟୁରେ କ’ଣ ପାଇଁ ଅଗ୍ନିକାଣ୍ଡ ହେଲା, ଏଥିପାଇଁ କିଏ ଦାୟୀ, ଏପରି ଅଘଟଣର ମୁକାବିଲା ପାଇଁ କ’ଣ ପ୍ରସ୍ତୁତି ରହିଛି, ଅଗ୍ନିକାଣ୍ଡ ସମୟରେ ଓ ପରେ ଲୋକଙ୍କ ଜୀବନ ରକ୍ଷା ଏବଂ ଉଦ୍ଧାର ପାଇଁ ବିହିତ ପଦକ୍ଷେପ ନିଆଯାଇ ଥିଲା କି ନାହିଁ ତାହାର ତଦନ୍ତ କରାଯିବ।
Powered by Froala Editor