୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କଲେ ମୋଦୀ
ଝାରସୁଗୁଡା : ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିଛନ୍ତି। ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି। ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ପାଇଁ ମୋଟ୍ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍ ଫ୍ଲାଇ ଓଭର ସହ ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।
କୋରାପୁଟ ବାଇଗୁଡା ରେଲଓ୍ବେ ଦେହରୀକରଣ ପାଇଁ ୪୮୧ କୋଟି ସହ ବ୍ରହ୍ମପୁର -ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ ର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୩୦ ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଓ୍ବାଇଫାଇ ସୁବିଧା ପାଇଁ ୯୦ କୋଟି ବ୍ୟୟ କରାଯିବ। ୫୦ ହଜାର ଅନ୍ତଦ୍ୱୟ ଘର କାର୍ଯ୍ୟାଦେଶ ବଣ୍ଟନ କରାଯିବ। ବିଏସ୍ଏନଏଲ୍ ଦ୍ବାରା ସ୍ବଦେଶୀ 4G (5G ପ୍ରସ୍ତୁତ) ନେଟୱର୍କ ସାମିଲ ହୋଇଛି।
Powered by Froala Editor