ପୋଲିସକୁ ସହଯୋଗ କରୁଥିବା ଲୋକଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ : ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମାରିଲେ ମାଓବାଦୀ
କୁଡୁମୁଲୁଗୁମ୍ମା ଆଞ୍ଚଳିକ କମିଟି ସ୍ବାଭିମାନ ଅଞ୍ଚଳରେ ଧମକପୂର୍ଣ୍ଣ ପୋଷ୍ଟର ମାରିଛି । ସ୍ବାଭିମାନ ଅଞ୍ଚଳର ଅଣ୍ଡ୍ରାପାଲିରେ ମାଓବାଦୀମାନେ ଏହି ପୋଷ୍ଟ ମାରିଥିବା ଦେଖିବାକୁ ମିଳିଛି । ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ପୋଲିସକୁ ସହଯୋଗ କରୁଥିବା ଲୋକଙ୍କୁ ପ୍ରଜକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି । ଆନ୍ଦ୍ରୁ, ଡମ୍ବରୁ, ରାମା ରାଓ, ମନୁ, ଶ୍ୟାମ ଏବଂ ରାଜୁ ନାଁରେ ଧମକପୂର୍ଣ୍ଣ ପୋଷ୍ଟର ମାରିଛି ଲାଲ ବାହିନୀ । ଗୋରାସେତୁରେ ଥିବା ବିଏସଏଫ କ୍ୟାମ୍ପକୁ ବିରୋଧ କରିବା ସହ ଗୋରସେତୁର ଲାଲ୍ ଗୃହ ନିକଟରେ ଥିବା ସମସ୍ତ ଦୋକାନ ବଜାରକୁ ତୁରନ୍ତ ଉଠାଇବାକୁ ପୋଷ୍ଟରରେ ଲେଖାଯାଇଛି । ଏହାସହ ପିଏଲଜିଏରେ ସାମିଲ ହେବାକୁ ଜନସାଧାରଣଙ୍କୁ ପୋଷ୍ଟର ଜରିଆରେ ଆହ୍ବାନ ଦିଆଯାଇଛି ।
Powered by Froala Editor