ପୋଷାକ ବଣ୍ଟନ ବେଳେ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ଖସି ପଡ଼ିଲା ଫ୍ୟାନ୍
ନବରଙ୍ଗପୁର ଜିଲ୍ଲା ଉମରକୋଟର କରଣ୍ଡିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ଘଟିଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ବେଳେ ଏପରି ଦୁର୍ଘଟଣା ଘଟିଛି । ଛାତ୍ରଛାତ୍ରୀଙ୍କର କିଛି ହୋଇନଥିବା ବେଳେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ମୁତାବକ ଉମରକୋଟର କରଣ୍ଡିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପୋଷାକ ବଣ୍ଟନ ହେଉଥିଲା । ଶିକ୍ଷୟିତ୍ରୀ ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ ଜଙ୍କ ଲଗା ଲୁହା କଡିରୁ ଫ୍ୟାନ ଖସି ସିଧା ପଡିଥିଲା ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ । ଏଥିରେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ସେ ଆହତ ହୋଇଛନ୍ତି । ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସୌଭାଗ୍ୟକୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି।
ସ୍କୁଲର ବିଲଡିଂ ମରାମତି ଅଭାବରୁ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ତେବେ କୌଣସି ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଫ୍ୟାନ୍ ପଡିଥିଲେ କ’ଣ ଅବସ୍ଥା ହୋଇଥାନ୍ତା ତାହା କହିବା ମୁସ୍କିଲ୍ । ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ଶିକ୍ଷକଶିକ୍ଷୟିତ୍ରୀ ଦାବି କରିଛନ୍ତି ।
Powered by Froala Editor