ଆଠଗଡ଼ ରେଞ୍ଜରଙ୍କ ବାଡିପଟୁ ବଜ୍ରକାପ୍ତା ଉଦ୍ଧାର
ଆଠଗଡ଼ ସବ୍ଡିଭିଜନ ବନଖଣ୍ଡ ଆଠଗଡ଼ ରେଞ୍ଜରଙ୍କ ବାଡିପଟୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା । ପରେ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇ ବଡମ୍ବା ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି । ଆଠଗଡ଼ ରେଞ୍ଜର ଲକ୍ଷ୍ମୀ ନାରାୟଣ ପୁର ଶୋଲଗାଡିଆ ଗ୍ରାମର ପ୍ରଣୟ ପ୍ରଧାନଙ୍କ ବାଡିପଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିବାକୁ ମିଳିଥିଲା। ସେହି ଗ୍ରାମର ଯୁବକମାନେ ବଜ୍ରକାପ୍ତାକୁ ଉଦ୍ଧାର କରି ଗାଁର ମଣ୍ଡପକୁ ଆଣି ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ମୋବାଇଲ ସ୍କ୍ୱାର୍ଡ ରେଞ୍ଜର ସୁରେଶ କୁମାର ଷଡଙ୍ଗୀଙ୍କ ସହ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗର କାର୍ଯ୍ୟାଳୟକୁ ଆଣିଥିଲେ। ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତିନି କେଜି ଓଜନର ଉକ୍ତ ମାଈ ଵଜ୍ରକାପ୍ତାର ଡ଼ାକ୍ତରୀ ପରୀକ୍ଷା ପରେ ତାକୁ ବଡ଼ମ୍ବା ରେଞ୍ଜର ଗିରିମି ଖୋଲ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି। ବଜ୍ରକାପ୍ତାଟି ସୁସ୍ଥ ଅଛି । ପ୍ରାୟତଃ ନିକଟ ଜଙ୍ଗଲରୁ ସେ ଏଠାକୁ ଚାଲି ଆସିଥିବା ଅନୁମାନ କରାଯାଉଛି ।
Powered by Froala Editor