ବାଡିରେ ଛେଳି ପଶିଗଲା ବୋଲି ସ୍ୱାମୀ, ସ୍ତ୍ରୀଙ୍କୁ ଗଛରେ ବାନ୍ଧି ପିଟିଲେ
ଛେଳି ଚରାଇବାକୁ କେନ୍ଦ୍ର କରି ଜଳେଶ୍ୱର ବାଲିଆପାଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଜଣଙ୍କ ବାଡିରେ ଛେଳି ପଶିଯିବାରୁ ଗାଁଲୋକ ଛେଳି ରଖିଥିବା ଜନୈକ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ମାଡ ମାରିଛନ୍ତି । ଏନେଇ ବାଲିଆପାଳ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ବାଲିଆପାଳ ଥାନା ରେମୁ ଗାଁର ଜଣେ ବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ। ଗ୍ରାମର କାର୍ତ୍ତିକ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିକୁ ଛେଳିଟି ପଶି ଯାଇଥିଲା । ଯାହାକୁ ନେଇ ବ୍ୟକ୍ତି ଜଣଙ୍କ ରାଗିଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଏ ନେଇ ବଚସା ହୋଇଥିଲା। ଫଳରେ ଉତ୍ୟକ୍ତ ବ୍ୟକ୍ତି ତାଙ୍କୁ ଅଟକ ରଖି ମାରପିଟ କରିଥିଲେ। ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ମାଡ ମାରୁଥିବାରୁ ଭିଡିଓ ଭାଇରାଲ ହୋଇଛି ।
Powered by Froala Editor