୬ ବର୍ଷର ଝିଅ ସହ ପତ୍ନୀକୁ ମାରି ନିଜେ ଝୁଲିଗଲେ, ପୁଅ ଗୁରୁତର

ଦିଲ୍ଲୀ ମେଟ୍ରୋରେ କାମ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ଛୁରୀ ଭୁଷି ଦେଇଛନ୍ତି। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ୪୫ ବର୍ଷୀୟ ଜଣେ ବ୍ୟକ୍ତି ପତ୍ନୀ ଏବଂ ୬ ବର୍ଷର ଝିଅକୁ ହତ୍ୟା କରିଛନ୍ତି ଏବଂ ୧୩ ବର୍ଷ ବୟସର ପୁଅ ଉପରେ ମଧ୍ୟ ଛୁରୀରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପତ୍ନୀ ଏବଂ ଝିଅ ମୃତ୍ୟୁବରଣ କରିଥିବା ବେଳେ ପୁଅ ବ଼ଞ୍ଚିଯାଇଛି ଏବଂ ତାକୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହତ୍ୟା ପରେ ଏହି ବ୍ୟକ୍ତିଜଣଙ୍କ ପଙ୍ଖାରେ ଦଉଡ଼ି ଲଗାଇ ଝୁଲିପଡ଼ିଛନ୍ତି । ଏକା ସାଙ୍ଗରେ ତିନି ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।
ପୁଲିସ୍ କହିଛି ଯେ ସୁଶୀଲ କୁମାର ପ୍ରଥମେ ତାଙ୍କ ପତ୍ନୀ ୪୦ ବର୍ଷୀୟ ଅନୁରାଧା, ୬ ବର୍ଷର ଝିଅ ଆଦିତି ଓ ୧୩ ବର୍ଷର ପୁଅ ଯୁବରାଜଙ୍କୁ ଛୁରୀ ଭୁଷି ଦେଇଥିଲେ। ସମସ୍ତେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ସୁଶୀଲ ନିଜେ ମଧ୍ୟ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ।
ପୋଲିସ ତଦନ୍ତରେ ଆଶ୍ଚମ୍ବିତ କଲାଭଳି କଥା ସାମ୍ନାକୁ ଆସିଛି । ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଏହି ବ୍ୟକ୍ତିଜଣଙ୍କ ନିଜ କମ୍ପୁଟରରେ How to hang ମଧ୍ୟ ସର୍ଚ୍ଚ କରିଥିଲେ । ଡିସିପି ଶାହଦରା ରୋହିତ ମୀଣା ମଙ୍ଗଳବାର କହିଛନ୍ତି ଯେ ସୁଶୀଲ ବିନୋଦ ନଗର ସ୍ଥିତ ଡିଏମଆରସି ଡିପୋରେ ସୁପରଭାଇଜର ଥିଲେ । ପତ୍ନୀ ଅନୁରାଧା, ଝିଅ ଆଦିତି ଏବଂ ପୁଅ ଯୁବରାଜଙ୍କ ଉପରକୁ ସେ ଛୁରୀରେ ଆକ୍ରମଣ କରିଥିଲେ । ଏହାପରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପୁଅ ଯୁବରାଜଙ୍କ ଚିକିତ୍ସାଚାଲିଛି । ପୋଲିସ ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି । ସେ ଏପରି କାହିଁକି କରିଛନ୍ତି ସେନେଇ କିଛି ଜଣାପଡ଼ିନାହିଁ ଏବଂ ପୋଲିସ ଏହାର ତଦନ୍ତ କରୁଛି ।
Powered by Froala Editor