ଦନ୍ତେୱାଡାରେ ଏନକାଉଣ୍ଟର : ହାଡକୋର ମାଓବାଦୀ ନିହତ
ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର କରିଛି ପୋଲିସ । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଛତିଶଗଡ଼ର କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ନକ୍ସଲ ମାନେ ଏକ ଶିବିର କରି ରହିଥିବା ସୁଚନା ପାଇ ଡିଆରଜି ବାହିନୀ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ଏହି ସଫଳତା ମିଳିଥିବା ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି । ଘଟଣା ସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଲେଣ୍ଡମାଇନ, ପାଞ୍ଚଟି ଗ୍ରେନେଡ ଓ କିଛି ଜିଲୋଟିନ ଷ୍ଟିକ୍, ନକ୍ସଲ କିଟ ବେଗ୍ ପୋଷାକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
Powered by Froala Editor