ଅଚାନକ ଚାଲିଗଲା ‘ହିରୋ’: ମୃତ୍ୟୁର କାରଣ ଅସ୍ପଷ୍ଟ
ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋର ମୃତ୍ୟୁ ହୋଇଛି । ଗୁରୁବାର ଅପରାହ୍ନରେ ଅଚାନକ ତାର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ହିରୋର ଅଚାନକ ମୃତ୍ୟୁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଯଦିଓ ମୃତ୍ୟୁର କାରଣ ସଠିକ୍ ଭାବେ ଜଣାପଡିନାହିଁ ତଥାପି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ସୂଚନା ମିଳିଛି । ମୃତ୍ୟୁର କାରଣ କଣ ହୋଇପାରେ ତାର ପରୀକ୍ଷା ନିରୀକ୍ଷା ଚାଲିଛି । ତେବେ ହିରୋର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଆଉ ୪ଟି ହାତୀ ଛୁଆ ରହିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ହିରୋକୁ ଗତ ଜୁନ ୨୦୧୯ ମସିହାରେ ରେଢ଼ାଖୋଲ ବନଖଣ୍ଡର ବାମରା ଅଭୟାରଣ୍ୟରୁ ଉଦ୍ଧାର କାରାଯାଇ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଲଲନ ପାଳନ ପାଇଁ ଅଣାଯାଇଥିଲା । ସବୁ ଠିକ୍ ଚାଲିଥିବାବେଳେ ହିରୋର ଆକସ୍ମିକ ମୃତ୍ୟୁ ଘଟିଛି ।
Powered by Froala Editor