କରୋନା ଡ୍ୟୁଟି ପାଇଁ ଯାଉଥିଲେ ଡାକ୍ତରୀ ଛାତ୍ର, ଗଛରେ ପିଟିହେଲା ବସ୍
କଟକରୁ ବଲାଙ୍ଗୀର ଯାଉଥିବା (ଓଡି୦୨ ଏଜେଡ୍ ୫୫୯୬) ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ା ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ଠାରେ ବସଟି ଏକ ଗଛରେ ଧକ୍କା ଦେଇଥିଲା। ବସରେ ୨୦ ଜଣ ହାଉସ ସର୍ଜନ ଡାକ୍ତର ଥିବା ବେଳେ ୮ ଜଣ ଆହତ ହୋଇଥିଲେ। ଖବରପାଇ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ରଶ୍ମିରଞ୍ଜନ ଭଦ୍ରା, ଥାନା ଅଧିକାରୀ କିରଣ ହେମ୍ବ୍ରମ ଏବଂ ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିବା ତହସିଲଦାର ଶ୍ରୀ ଖେମୁଣ୍ଡୁ କହିଛନ୍ତି। ସମସ୍ତ ଡାକ୍ତରଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ପଠାଯାଇଛି।
ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଏସସିବିର ଶେଷ ବର୍ଷର ୧୯ ଛାତ୍ରଛାତ୍ରୀ ଏକ ସରକାରୀ ବସରେ କୋଭିଡ୍ ଡ୍ୟୁଟି ପାଇଁ ବଲାଙ୍ଗୀର ଯାଉଥିଲେ । ଦୁର୍ଗାପ୍ରସାଦ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡିରେ ଥିବା ରେଷ୍ଟ ଡ୍ରାଇଭର୍ ଏବଂ ୮ ଜଣ ଛାତ୍ର ଆହତ ହୋଇଥିଲେ ।
Powered by Froala Editor