ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ !
ଭୁବନେଶ୍ୱର: ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ୍ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯିବେ। ସେଠାରୁ ସେ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି । ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନବୀନ ପଟ୍ଟନାୟକଙ୍କ ଗସ୍ତର ମୁଖ୍ୟ କାର୍ୟ୍ୟକ୍ରମ ରହିବ । ହେଲେ ଏନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନି।
ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇ ଯିବେ। ଉକ୍ତ ଦିନ ସେଠାରେ ଅୟୋଜିତ ହେବାକୁ ଥିବା ଇନଭେଷ୍ଟମେଣ୍ଟ ମିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନଭେଷ୍ଟମେଣ୍ଟ ହବ୍ ହୋଇଥିବା ବେଳେ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ। ଏହା ପରେ ଉକ୍ତ ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗ ଦେବେ।
ଦୁବାଇ କାର୍ୟ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି। ସେଠାରେ ସେ ରୋମ୍ ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ନିବେଶକଙ୍କୁ ଓଡ଼ିଶାରେ ଅଧିକ ନିବେଶ ପାଇଁ ଅନୁରୋଧ କରିବେ ନବୀନ। ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଅଆନ କନସଲେଟ୍ ପକ୍ଷରୁ ଏଥିନିମନ୍ତେ କାର୍ୟ୍ୟକ୍ରମ ସ୍ଥିର ହୋଇଛି।
Powered by Froala Editor