ପ୍ରଶାନ୍ତ ମୁଦୁଲି ଶାସକ ଦଳ ମୁଖ୍ୟ ସଚେତକ
ଭୁବନେଶ୍ବର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ନୂଆ ଦାୟିତ୍ବ। ପ୍ରଶାନ୍ତ କୁମାର ମୁଦୁଲି ହେଲେ ସରକାରୀ ଦଳ ମୁଖ୍ୟ ସଚେତକ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।
ପୂର୍ବରୁ ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସେ ସରକାରୀ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିଲେ। ଶେଷରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି।
Powered by Froala Editor