ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)ଭାବେ ଶପଥ ନେଲେ ଏହି ମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଛି । ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ । ଆଉ ଆଜି ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଲୋକସେବା ଭବନର କନଭେନସନ୍ ହଲରେ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ପ୍ରଥମେ କ୍ୟାବିନେଟ ପାହ୍ୟା ଓ ପରେ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ପାହ୍ୟା ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତେବେରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)ଭାବେ କିଏ ନେଲେ ଶପଥ ଜାଣନ୍ତୁ
ସମୀର ରଞ୍ଜନ ଦାଶ
ଅଶ୍ୱିନୀ କୁମାର ପାତ୍ର
ଶ୍ରୀକାନ୍ତ ସାହୁ
ତୁଷାରକାନ୍ତି ବେହେରା
ରୋହିତ ପୂଜାରୀ
ବାସନ୍ତୀ ହେମ୍ବ୍ରମ
ରୀତା ସାହୁ
ପ୍ରୀତିରଞ୍ଜନ ଘଡ଼ାଇ
Powered by Froala Editor