କ୍ୟାବିନେଟ ମନ୍ତ୍ରୀଭାବେ କିଏ କିଏ ନେଲେ ଶପଥ ଜାଣନ୍ତୁ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଛି । ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ । ଆଉ ଆଜି ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଲୋକସେବା ଭବନର କନଭେନସନ୍ ହଲରେ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି ।ତେବେ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ଶପଥ ଗ୍ରହଣ ଶେଷ ହୋଇଛି । ।କ୍ୟାବିନେଟ ମନ୍ତ୍ରୀଭାବେ କିଏ କିଏ ନେଲେ ଶପଥ ଜାଣନ୍ତୁ
ଜଗନ୍ନାଥ ସାରକା
ନିରଞ୍ଜନ ପୂଜାରୀ
ରଣେନ୍ଦ୍ର ପ୍ରତାପ ସ୍ୱାାଇଁ
ପ୍ରମିଳା ମଲ୍ଲିକ
ଉଷା ଦେବୀ
ପ୍ରଫୁଲ୍ଲ ମଲ୍ଲିକ
ପ୍ରତାପକେଶରୀ ଦେବ
ଅତନୁ ସବ୍ୟସାଚୀ ନାୟକ
ପ୍ରଦୀପ କୁମାର ଅମାତ
ନବକିଶୋର ଦାସ
ଅଶୋକ ଚନ୍ଦ୍ର ପଣ୍ଡା
ଟୁକୁନି ସାହୁ
ରାଜେନ୍ଦ୍ର ଢୋଲକିଆ
Powered by Froala Editor