ସ୍ତ୍ରୀକୁ ଗୁଳି କଲା ମଦ୍ୟପ ସ୍ୱାମୀ
ବୌଦ୍ଧ: ଏକ ଦେଶୀ ବନ୍ଧୁକ ଆଣି ସ୍ତ୍ରୀକୁ ଗୁଳି କଲା ମଦ୍ୟପ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡ଼ିସାହି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଗୀତାଞ୍ଜଳି ମଲ୍ଲିକ। ଅଭିଯୁକ୍ତ ସ୍ୱାମୀ ରୋହିତ ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି।
ଗତକାଲି ରାତିରେ ରୋହିତ ମଦ ପିଇ ଆସିଥିଲେ। ଏନେଇ ଗୀତାଞ୍ଜଳି ତାଙ୍କୁ ବାରଣ କରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରୋହିତ ଘରୁ ଏକ ଦେଶୀ ବନ୍ଧୁକ ଆଣି ନିଜ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା। ପରେ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀଙ୍କୁ ରୋହିତଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Powered by Froala Editor