କରୋନାରେ ସିଟି ସ୍କାନ କରୁଥିଲେ ସାବଧାନ!

କରୋନା ସମୟରେ ସିଟି ସ୍କାନ୍ କରିବା ହାନିକାରକ । ଆଜି ଏଭଳି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସିଟି-ସ୍କାନର ଉପକାରିତା ସାଙ୍ଗକୁ କ୍ଷତିକାରକ ମଧ୍ୟ ରହିଛି। ଥରଟିଏ ଛାତିର ସିଟି-ସ୍କାନ କରିବାର ଅର୍ଥ ହେଉଛି ୩୦୦ ଥର ଏକ୍ସ-ରେ କରିବା ସହ ସମାନ। ସିଟି-ସ୍କାନରେ ପଡୁୁୁଥିବା ରଶ୍ମି ଦେହ ପାଇଁ କ୍ଷତିକାରକ ବୋଲି ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଦୈନିକ ଖବରଦାତା ସମ୍ମିଳନୀ ଅବସରରେ ରଣଦୀପ ଗୁଲେରିଆ ପ୍ରକାଶ କରିଛନ୍ତି।
କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଲେ ସିଟି ସ୍କାନ କରିବା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ସିଟି ସ୍କାନ ୩୦୦ ଚେଷ୍ଟ ଏକ୍ସ-ରେ ସହ ସମାନ । ଏଣୁ ସିଟି ସ୍କାନ କଲେ କ୍ୟାନସର ହେବାର ଆଶଙ୍କା ଥିବା କହିଛନ୍ତି ଡାକ୍ତର ଗୁଲେରିଆ । ଆଜିକାଲି ଅନେକ ଲୋକ ସିଟି ସ୍କାନ କରୁଛନ୍ତି, ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଏଣୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସତର୍କ କରାଇଛନ୍ତି ଡାକ୍ତର ଗୁଲେରିଆ ।
ହୋମ୍ କ୍ୱାରାଣ୍ଟାଇନ୍ରେ ରହୁଥିବା କରୋନା ଆକ୍ରାନ୍ତ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରୋଗୀଙ୍କର ଅମ୍ଳଜାନ ସ୍ତର ୯୩ରୁ ତଳକୁ ଖସିଲେ କିମ୍ବା ଚେତା ବୁଡ଼ିବା, ଛାତିରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସେ କହିଥିଲେ। ବର୍ତ୍ତମାନ ଦେଶରେ କରୋନା ପରୀକ୍ଷା ପାଇଁ ସିଟି-ସ୍କାନର ଦୁରୁପଯୋଗ ହେଉଛି। ଲୋକେ ସଚେତନ ହୋଇ ଭୟଭୀତ ନ ହେବାକୁ ସେ ନିବେଦନ କରିଥିଲେ।
Powered by Froala Editor