କରୋନା ପଜିଟିଭ ଜାଣି ଆତ୍ମହତ୍ୟା କଲେ ଦମ୍ପତି, ପୁଅ ବି ହସ୍ପିଟାଲରେ
ପଜିଟିଭ୍ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଦମ୍ପତି । ନୟାଗଡ ଜିଲ୍ଲା ରଣପୁର ଥାନା ଗୋଡିମଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗାଁର ଦମ୍ପତ୍ତି ଭିକାରୀ ପାତ୍ର ଏବଂ ଜ୍ୟୋସ୍ନା ପାତ୍ର ଗୁରୁବାର ଦିନ ସାରା ଘରୁ ନବାହାରିବାରୁ ରାତିରେ ସାହିର କିଛି ଲୋକ ଘରର କବାଟ ବାଡେଇଥିଲେ । ହେଲେ ବି କେହି କବାଟ ଖୋଲିନଥିଲେ । ପରେ ଖୋଲାଥିବା ବାଡିପଟ କବାଟ ପଟେ ଦେଖିବା ପରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ଖବର ପାଇ ଦର୍ପନାରାୟଣପୁର ଫାଣ୍ଡି ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ଭିକାରୀଙ୍କ ପୁଅ ପୁରୀରେ ବ୍ୟବସାୟ କରୁଥିବାବେଳେ ଗତ କିଛି ଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସିତ ହେଉଛନ୍ତି । ପୁଅକୁ ଦେଖିବାକୁ ଯାଇ ଫେରିବା ପରେ ଗତ ୨୬ତାରିଖରେ ଜ୍ୟୋସ୍ନା ମଧ୍ୟ କରୋନା ପଜିଟିଭ ହୋଇଥିଲେ । ପୁଅର ଦେହ ଖରାପ ଏବଂ ନିଜର ଦେହ ଖରାପ ଚିନ୍ତାରେ ଉଭୟ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି ।
ସେପଟେ ଭିକାରୀଙ୍କ ପୁଅ ଚିଟଫଣ୍ଡ କମ୍ପାନୀରେ କାମ କରିବା ସମୟରେ ଆଖପାଖ ଲୋକଙ୍କ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲେ । ସେହି ଟଙ୍କା ଫେରସ୍ତ ପାଇଁ ଲୋକମାନେ ବିଭିନ୍ନ ସମୟରେ ଭିକାରୀଙ୍କ ଉପରେ ଚାପ ପକାଉଥିଲେ । ଏହା ମଧ୍ୟ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor