Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ମିଳିଲା ଜାମିନ୍

February 23, 2021

ଟୁଲକିଟ୍‌ ମାମଲାରେ ବେଙ୍ଗାଲୁରୁର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ବିଚାର କରି ଅତିରିକ୍ତ ସେସନ ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି, ହ୍ବାଟ୍ସଆପ ଗ୍ରୁପ ତିଆରି କରିବା କିମ୍ବା ଟୁଲକିଟ୍‌ର ଏଡିଟର ହେବା ଦଣ୍ଡନୀୟ ଅପରାଧ ନୁହେଁ। ଶନିବାର ଅଦାଲତ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ । ଆଜି ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦର ରାଣା ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଦିଶାଙ୍କୁ ଜାମିନ୍ ଦେଇଛନ୍ତି ।

ପୂର୍ବରୁ ଦିଶାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ । ଆଜି ଦିଶାଙ୍କୁ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ସହ ରିମାଣ୍ଡ ବୃଦ୍ଧି ପାଇଁ ପୋଲିସ ଆବେଦନ କରିଥିଲା । ରିମାଣ୍ଡ ବୃଦ୍ଧି ନେଇ ପୋଲିସ ଆବେଦନର ଶୁଣାଣି ବେଳେ ଦିଶା ରବିଙ୍କ ଓକିଲ କହିଥିଲେ ପଟିଆଲା ହାଉସ୍ କୋର୍ଟରୁ ଜାମିନ୍ ମିଳିଛି ।

ଉଲ୍ଲେଖଯୋଗ୍ୟ, କୃଷକଙ୍କ ଆନ୍ଦୋଳନ ସମ୍ପର୍କିତ ଏକ ଟୁଲକିଟ୍‌ ତିଆରି ଓ ଶେୟାର କରିବା ଅଭିଯୋଗରେ ୨୨ ବର୍ଷୀୟା ଦିଶାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ। ଖଲିସ୍ତାନୀ ସଂଗଠନ ସହାୟତାରେ ଏହି ଟୁଲକିଟ୍‌ ପ୍ରସ୍ତୁତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ଉକ୍ତ ଟୁଲକିଟ୍‌କୁ ସ୍ବିଡେନର ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ ଓ ଅନ୍ୟମାନେ ଟୁଇଟରରେ ଶେୟାର କରିଥିଲେ।

Share on:
WhatsApp
Please follow and like us:

30total visits,3visits today

Post navigation

ଦୁନିଆର ସବୁଠୁ ବଡ ମୋଟେରା କ୍ରିକେଟ୍ ଷ୍ଟାଡିୟମର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି
କୋଣାର୍କ ସୂର୍ଯ୍ୟମନ୍ଦିର ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ

Related Articles

ସୋସିଆଲ ମିଡିଆ ଉପରେ ଲାଗିଲା ଅଙ୍କୁଶ, ଜାଣନ୍ତୁ କ’ଣ ?

Odisha News Lens
February 25, 2021

ମୃତ ମହିଳାଙ୍କୁ କାହିଁକି ଦିଆଗଲା ଫାଶୀ ଜାଣନ୍ତୁ ?

Odisha News Lens
February 25, 2021

୮୫% ପ୍ରଭାବଶାଳୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଟିକା

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

2 + = 9

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129331Total Visitors.