Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

କାର୍‌ରୁ କୋକିନ ଜବତ ଘଟଣାରେ ବିଜେପି ନେତା ଗିରଫ

February 23, 2021

ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ ଆଜି କୋଲକାତା ପୁଲିସ୍‌ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ ରାକେଶ ସିଂହ। ତାଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିଠାରୁ ଗିରଫ କରାଯାଇଛି। ରାକେଶଙ୍କ ଗିରଫଦାରୀର କିଛି ସମୟ ପୂର୍ବରୁ ତାଙ୍କର ଦୁଇ ପୁଅଙ୍କୁ ହେପାଜତକୁ ନେଇଥିଲା ପୋଲିସ ।

ସେ ସଡ଼କ ପଥରେ ପଶ୍ଚିମବଙ୍ଗ ବାହାକୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ କୋଲକାତା ପୁଲିସ୍‌ର ଡିଟେକ୍ଟିଭ ବିଭାଗ ତାଙ୍କୁ ଗିରଫ କରିଛି। ଆଜି ପୁଲିସ୍‌ ରାକେଶଙ୍କ ଘରେ ରେଡ୍‌ କରିବାକୁ ଉଦ୍ୟମ କରିବା ବେଳେ ତାଙ୍କର ଦୁଇ ପୁଅ ଏଥିରେ ବାଧା ସୃଷ୍ଟି କରିଥିଲେ। ସର୍ଚ୍ଚ ୱାରେଣ୍ଟ ଦେଖାଇବାକୁ କହି ପୁଲିସ୍‌କୁ ସେମାନେ ଘର ବାହାରେ ଦୀର୍ଘ ସମୟ ଅଟକାଇଥିଲେ। ଏହି କାରଣରୁ ରାକେଶଙ୍କ ଦୁଇ ପୁଅଙ୍କୁ ମଧ୍ୟ ଅଟକ ରଖାଯାଇଛି।

ପୂର୍ବରୁ କୋକିନ୍‌ ଚାଲାଣ ମାମଲାରେ ଗିରଫ ହୋଇଥିବା ବିଜେପି ନେତ୍ରୀ ପାମେଲା ଗୋସ୍ବାମୀ କିନ୍ତୁ ରାକେଶ ସିଂହଙ୍କ ବିରୁଦ୍ଧରେ ତାଙ୍କୁ ଫସାଇଥିବା​‌ ଅଭିଯୋଗ ଆଣିଛନ୍ତି । ଗତ ଫେବୃଆରୀ ୧୯ ତାରିଖରେ କୋକିନ୍‌ ରଖିବା ଅଭିଯୋଗରେ ବିଜେପି ନେତ୍ରୀ ପାମେଲା ଗୋସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ । ପାମେଲା ଗିରଫ ହେବା ପରେ ନିଜ ଦଳର ନେତା ରାକେଶ ସିଂହଙ୍କ ବିରୁଦ୍ଧରେ ଫସାଇଥିବା ଅଭିଯୋଗ ଆଣିଥିଲେ । ସେ କହିଛନ୍ତି ଏହି ପୁରା ଘଟଣାର ସିଆଇଡି ଯାଞ୍ଚ କରାଯାଉ ଯାହା ଫଳରେ କି ସତ୍ୟ ସାମ୍ନାକୁ ଆସିପାରିବ ।

ବର୍ତ୍ତମାନ ବିଜେପି ନେତ୍ରୀ ପାମେଲା ଗୋସ୍ବାମୀ ଫେବୃଆରୀ ୨୫ ଯାଏଁ ପୋଲିସ ହେପାଜତରେ ରହିବେ । ପାମେଲାଙ୍କ ସହିତ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ତାଙ୍କ ଗାଡିରୁ ପ୍ରାୟ ୧୦୦ ଗ୍ରାମ୍‌ କୋକିନ୍‌ ଜବତ କରିଥିଲା ପୋଲିସ । ଏହି ଘଟଣାରେ ପୋଲିସ ଫେବୃଆରୀ ୨୧ରେ ପାମେଲା ଗୋସ୍ବାମୀଙ୍କ ବ୍ୟୁଟି ପାର୍ଲରରେ ମଧ୍ୟ ଚଢଉ କରିଥିଲା ।

Share on:
WhatsApp
Please follow and like us:

27total visits,1visits today

Post navigation

ଭୟରେ ବାହାରୁନାହାନ୍ତି ଲୋକେ : ନନ୍ଦାହାଣ୍ଡି ଓ ନୀଳଗିରିରେ ବୁଲୁଛନ୍ତି ଭାଲୁ
ଦୁନିଆର ସବୁଠୁ ବଡ ମୋଟେରା କ୍ରିକେଟ୍ ଷ୍ଟାଡିୟମର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

Related Articles

ସୋସିଆଲ ମିଡିଆ ଉପରେ ଲାଗିଲା ଅଙ୍କୁଶ, ଜାଣନ୍ତୁ କ’ଣ ?

Odisha News Lens
February 25, 2021

ମୃତ ମହିଳାଙ୍କୁ କାହିଁକି ଦିଆଗଲା ଫାଶୀ ଜାଣନ୍ତୁ ?

Odisha News Lens
February 25, 2021

୮୫% ପ୍ରଭାବଶାଳୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଟିକା

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

56 − 47 =

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129179Total Visitors.