Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଲୁଟ୍ ସହ ମାରପିଟ୍ ଅଭିଯୋଗ : ଜେଲ୍ ଗଲେ ପୂର୍ବତନ ବିଧାୟକ

February 23, 2021

ପଥଚାରୀଙ୍କୁ ମାଡ଼ ମାରିବା ସହ ଲୁଟ ଅଭିଯୋଗରେ ମଙ୍ଗଳବାର ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଫୁଲବାଣୀ ପୁଲିସ୍ ଗିରଫ କରିଛି। ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଫୁଲବାଣୀ ଟାଉନ୍ ଥାନା ଚେଷ୍ଟା ଚଳାଇଥିବା ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି। ଜାମିନ ଖାରଜ ହେବାରୁ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀଶଙ୍କର ବେହେରା ସୂଚନା ଦେଇଛନ୍ତି। ବର୍ତ୍ତମାନ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ଗତ ୯ ତାରିଖରେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମର କାମାକ୍ଷା ବେହେରା କେତେଜଣ ସାଙ୍ଗଙ୍କ ସହ ମିଶି କାର୍‌ରେ ଗୋଚ୍ଛାପଡା ଥାନା ଅନ୍ତର୍ଗତ କାଶିନୀପଦର ଗ୍ରାମକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେମାନେ ରାସ୍ତା ଜାଣି ନ ଥିବାରୁ ସ୍ଥାନୀୟ ଲୋକଙ୍କୁ ବାଟ ପଚାରି ଯାଉଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ କଟ୍ରିଙ୍ଗିଆ-ଉର୍ମାଗଡ ରାସ୍ତାରେ ସହଯୋଗୀମାନଙ୍କ ସହ ଦେବେନ୍ଦ୍ର ନିଜକୁ ପୋଲିସ ପରିଚୟ ଦେଇ କାମାକ୍ଷାଙ୍କ କାର୍‌ ଅଟକାଇ ତୁମେମାନେ କିଏ ବୋଲି ପଚାରିଥିଲେ। କାମାକ୍ଷା ନିଜର ଓ ତାଙ୍କ ସାଙ୍ଗମାନଙ୍କ ପରିଚୟ ଦେଇଥିଲେ ମଧ୍ୟ ସେମାନେ ନ ଛାଡ଼ି ଥାନାକୁ ଚାଲ ବୋଲି କହିଥିଲେ। ପରେ ଅଭିଯୁକ୍ତମାନେ ସମସ୍ତଙ୍କୁ ଜୋର୍‌ଜବରଦସ୍ତ ଫୁଲବାଣୀ ଆଣି ଏକ ଘରେ ବନ୍ଦ କରି ରଖିବା ସହ ମାର୍‌ପିଟ କରିଥିଲେ। ଦେବେନ୍ଦ୍ର ଓ ତାଙ୍କ ସହଯୋଗୀମାନେ କାମାକ୍ଷାଙ୍କ ସାଙ୍ଗ ଜାମିଲଙ୍କଠାରୁ ୧୦ ହଜାର ଟଙ୍କା ଛଡାଇ ନେବା ସହ ଅନ୍ୟ ଜଣେ ସାଙ୍ଗ ଖାଲିଦଙ୍କୁ ନିକଟସ୍ଥ ଏଟିଏମ୍‌କୁ ନେଇ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ। ପରେ ସମସ୍ତଙ୍କୁ ଛାଡ଼ି ଦେଇଥିଲେ। କାମାକ୍ଷା ଏ ନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨୪/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଦେବେନ୍ଦ୍ର ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଧାରା ୩୪୧/୩୨୩/୩୮୪/୩୯୫/୫୦୬ ଅନୁଯାୟୀ ନଂ.୨୪/୨୧ରେ ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକଙ୍କ ଏପରି କାରନାମା ଓ ଗିରଫଦାରି ଫୁଲବାଣୀରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦେବେନ୍ଦ୍ରଙ୍କ ଗିରଫଦାରୀ ନୂଆ ନୁହେଁ। ଏହା ପୂର୍ବରୁ ୨୦୧୮ରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଧ୍ୟ ଦେବେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା।

Share on:
WhatsApp
Please follow and like us:

27total visits,1visits today

Post navigation

ସମବାୟ ସମିତି ସମ୍ପାଦିକା ନିଲମ୍ବିତ
ଭୟରେ ବାହାରୁନାହାନ୍ତି ଲୋକେ : ନନ୍ଦାହାଣ୍ଡି ଓ ନୀଳଗିରିରେ ବୁଲୁଛନ୍ତି ଭାଲୁ

Related Articles

ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ

Odisha News Lens
February 25, 2021

ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ

Odisha News Lens
February 25, 2021

ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

− 1 = 1

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129306Total Visitors.