Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଏହି ଉପାୟ କଲେ କମିବ ଓଜନ

February 23, 2021February 23, 2021

ଓଜନ କମାଇବା ପାଇଁ ଆପଣମାନେ ଅନେକ କିଛି କରୁଛନ୍ତି । ଖାଦ୍ୟ କମାଇବା ଠାରୁ ଆରମ୍ଭ କରି ଯୋଗ ସାଇକେଲିଂ ଏଭଳି ଅନେକ କିଛି । ଏହା ସତ୍ୱେ ମଧ୍ୟ ଆପଣଙ୍କର ଓଜନ କମ ହେଉନାହିଁ । ଆମର ଜୀବନଶୌଳୀ ସହ ଖାଦ୍ୟପେୟ ଆମ ମାନଙ୍କର ଓଜନ ବଢିବାର ମୁଖ୍ୟ କାରଣ । ଏହା ସହ ଅନେକ ଜାଣି ନଥିବେ କି ରାତ୍ରୀ ଭୋଜନ ମଧ୍ୟ ଓଜନ ବଢିବାର ଅନ୍ୟ ଏକ ପ୍ରମୁଖ କାରଣ । ଦିନ ତମାମ କର୍ମମୟ ଜୀବନ ପରେ ଆମେମାନେ ରାତିରେ ପେଟ ପୁରା ଖାଦ୍ୟ ଖାଇଥାଉ । ଏବଂ ଖାଦ୍ୟଗ୍ରହଣ କରିବାର କିଛି ସମୟ ପରେ ତୁରନ୍ତ ବିଛଣାକୁ ଯାଇଥାଉ ତାହା ଆମ ଶରୀରରେ ଓଜନ ବଢିବାର ପ୍ରମୁଖ କାରଣ ହୋଇଥାଏ । ଆସନ୍ତୁ ଜାଣିବା କ’ଣ କରିବା ଦ୍ୱାରା ଓଜନ ଶୀଘ୍ର କମିଥାଏ –

କେମୋମାଇଲ ଚା – ଏହା ଓଜନ କମାଇବାରେ ଶୀଘ୍ର କାମ କରିଥାଏ । ରାତ୍ରୀ ସମୟରେ ଗୋଟେ କପ ଏହାର ସେବନ ଦ୍ୱାରା ନିଦ ଭଲ ହେବା ସହ ସୁଗାରର ସ୍ତର ନିୟନ୍ତ୍ରଣ ହୋଇଥାଏ ।
ଗ୍ରୀକ ୟୋଗଟ ପ୍ରୋଟିନ୍ ସେକ୍ – ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ କମିବାରେ ସାହାଯ୍ୟ କରିଥାଏ । କ୍ଷୀରରେ କ୍ୟାଲସିୟମ୍ ଭରପୁର ହୋଇଥାଏ ଯାହା ନିଦ ଭଲ ହେବାରେ ସହଯୋଗ କରିଥାଏ । ଆପଣଙ୍କ ଶରୀରରେ ଯେତେ ପରିମାଣର ମାଂସପେଶୀ ରହିଥାଏ ତାହା ଆପଣଙ୍କ ଶରୀରରେ ସେତେ ମାତ୍ରାରେ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ଓଜନ ଶୀଘ୍ର କମିଥାଏ । ଏହାକୁ ଆପଣ ଖୁବ ସହଜରେ ଘରେ ବନାଇ ପାରିବେ, ୧ ଚାମଚ ବାଦାମ ବଟର, ଗୋଟିଏ କଦଳୀ, ୧ ଚାମଚ କଫି,୧ ଚାମଚ ଚକଲେଟ ଫ୍ଲେବର ବାଦାମ କ୍ଷୀର, ଗୋଟିଏ ଚାମଚ ପ୍ରୋଟିନ ପାଉଡର ଓ ୫-୭ଟି ବରଫକୁ ଏକାଠି ଗୋଟିଏ ଗ୍ରାଇଣ୍ଡର ଜାରରେ ୩୦ରୁ ୪୦ସେକେଣ୍ଡ ପର୍ଯ୍ୟନ୍ତ ଚଲାନ୍ତୁ । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଓଜନ ଖୁବ ଶୀଘ୍ର କମିଥାଏ ।
ଡାଲଚିନ୍ ଚା – ଏହି ନ୍ୟାଚୁରାଲ ପାନୀୟରେ ମେଟାବୋଲିଜିମ୍ ବଢିବାର ଗୁଣ ରହିଥାଏ । ଏହି ପାନୀୟରେ ଆଂଟିଅକ୍ସିଡେଂଟ ଓ ଆଂଟିବାୟୋଟିକ ରହିଥାଏ, ଯାହା ଓଜନ କମାଇବାରେ ଶୀଘ୍ର କାମ କରିଥାଏ । ପ୍ରଥମେ ଡାଲଚିନିକୁ ଛୋଟ ଛୋଟ କରି ପାଣିରେ ଫୁଟାନ୍ତୁ । ଏହା ପରେ ଲେମ୍ବୁରସ ଏକରୁ ଦୁଇ ଟୋପା ମିଶାନ୍ତୁ । ଏହାର ସ୍ୱାଦ ଆପଣଙ୍କୁ ଟିକେ କଡା ଲାଗିପାରେ । ଏଥିରେ ଆପଣ ଚାହିଁଲେ ମହୁ କିଛି ମିଶାଇ ପିଇ ପାରିବେ ।
ମେଥି – ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ମେଥି ଗୋଟିଏ ଚାମଚ ଭିଜାଇ ରଖନ୍ତୁ । ପ୍ରତିଦିନ ସକାଳେ ମେଥିକୁ ଅଲଗା କରି ତାର ପାଣିକୁ ପିଅନ୍ତୁ ।

Share on:
WhatsApp
Please follow and like us:

37total visits,2visits today

Post navigation

କ’ଣ ପାଇଁ ପିସିଆର ଭ୍ୟାନକୁ ଢେ଼ଲାମାଡ କଲେ ଦେହଜୀବୀ ଜାଣନ୍ତୁ
ଏମିତି ତିଆରି କରନ୍ତୁ କଙ୍କଡ଼ା ଗୋଡ଼ ମସଲା

Related Articles

ଏହି ସବୁ ଖାଦ୍ୟ ଖାଆ’ନ୍ତୁ, ରକ୍ତଚାପ ନିୟନ୍ତ୍ରଣ କରନ୍ତୁ

Odisha News Lens
February 25, 2021

ଏହି ସବୁ ଖାଦ୍ୟ ଖାଆ’ନ୍ତୁ, ରକ୍ତଚାପ ନିୟନ୍ତ୍ରଣ

Odisha News Lens
February 25, 2021

ଛୋଟ ପିଲାଙ୍କୁ ଲଗାନ୍ତୁ ନାହିଁ ବାମ୍, ସାଜିପାରେ ବିପଦ

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

55 − = 49

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129372Total Visitors.