ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ଟି ହାତୀଙ୍କର ମୃତ୍ୟୁ ହେଲାଣି । ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ତେବେ ଅନୁଧ୍ୟାନ ବେଳେ କେତେକ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି । କର୍ଲାପାଟ ଫରେଷ୍ଟର ଓ ଦୁଇ ଫରେଷ୍ଟ ଗାର୍ଡଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାସହ ଅଭୟାରଣ୍ୟରେ ୨୮ଟି ଟ୍ରାପ କ୍ୟାମେରା ଲାଗିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୧୬ ଟି ଟ୍ରାପ କ୍ୟାମେରା ଲାଗିଥିବା ବେଳେ, ଆଜି ଆହୁରି ୧୨ ଟି ଟ୍ରାପ କ୍ୟାମେରା ଲାଗିବ ବୋଲି ଡିଏଫଓ ଟି ଅଶୋଷ କୁମାର ସୂଚନା ଦେଇଛନ୍ତି ।
ସେହିପରି ପ୍ରାଣୀ ସମ୍ପଦ ବିଭାଗର ୩ ଜଣ ଡାକ୍ତରଙ୍କୁ ରିପୋର୍ଟ ତଲବ ହୋଇଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହାତୀ ମଡକ ଘଟଣା ସମ୍ବେଦନଶୀଳ ଥିବାରୁ ସମସ୍ତଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ଜୁନାଗଡ଼ ବ୍ଲକ ପ୍ରାଣୀ ବିଭାଗ ଅଧକ୍ଷ ଡା ପ୍ରସନ୍ନ ଦାସ, ଅତିରିକ୍ତ ପ୍ରାଣୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ଓ ଜୟପାଟଣା ଅତିରିକ୍ତ ପ୍ରାଣୀ ଅଧିକାରୀ ଡା ଶିବ ପ୍ରସାଦ ନାଏକ ଛୁଟିରେ ଥିଲେ । ନିର୍ଦ୍ଦେଶ ମାନିନଥିବାରୁ ଏହି ୩ ଡାକ୍ତରଙ୍କୁ ରିପୋର୍ଟ ତଲବ କରିବା ପାଇଁ ଧର୍ମଗଡ଼ ଏସଡିଭିଓ କୈଳାଶ ସାମନ୍ତଙ୍କୁ ରାଜ୍ୟ ଅତିରିକ୍ତ ନିର୍ଦେଶକ ଡା ପ୍ରତାପ କିଶୋର ଖମାରୀ ନିର୍ଦେଶ ଦେଇଛନ୍ତି ।
ଗତକାଲି କାର୍ଯ୍ୟରେ ଅବହେଳା ନେଇକର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଥିଲା ପ୍ରାଣୀ ସମ୍ପଦ ବିଭାଗ । ଗୃହପାଳିତ ପଶୁଙ୍କୁ ଟିକାକରଣରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା ।
37total visits,1visits today