ବିଗ୍ବସ୍-୧୪ ପ୍ରତିଯୋଗିତାର ବିଜୟୀ ହୋଇଛନ୍ତି ରୁବିନା ଦିଲୈକ । ଟ୍ରଫି ବ୍ୟତୀତ ବିଜୟିନୀ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯାଇଛି । ରୁବିନା ଦିଲୈକ ଟ୍ରଫି ଜିତିବା ପର୍ୟ୍ୟନ୍ତ ମଜବୁତ ଭାବେ ପ୍ରଦର୍ଶନ କରିଥିଲେ । ସେ ନିଜର ପତି ଅଭିନବ ଶୁକ୍ଲାଙ୍କ ସହିତ ଥିଲେ । ସବୁବେଳେ ସେ ନିଜସ୍ୱ ଶୈଳୀ ଉପସ୍ଥାପନ କରୁଥିଲେ । ଫଳରେ ସେ ଟ୍ରଫିର ଅଧିକାରିଣୀ ହୋଇପାରିଛନ୍ତି । ଫାଇନାଲ ଉତ୍ସବର ସଂଯୋଜକ ବଲିଉଡ ଅଭିନେତା ସଲମାନ ଖାନ୍ ରୁବିନାଙ୍କୁ ୩୬ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ।
ରୁବିନା ଟିଭି ଧାରାବାହିକର ଜଣେ ପରିଚିତ ଅଭିନେତ୍ରୀ। ୩୩ବର୍ଷୀୟା ରୁବିନାଙ୍କ ଘର ହିମାଚଳପ୍ରଦେଶର ସିମ୍ଲା। ଏହି ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ଅନ୍ୟ ତିନି ଜଣ ହେଲେ ନିକ୍କି ତମ୍ବୋଲି, ରାକ୍ଷୀ ସାୱନ୍ତ ଓ ଆଲେ ଗୋନି। ତେବେ ଏହି ପ୍ରତିଯୋଗିତାରେ ସିଙ୍ଗର ରାହୁଲ ବୈଦ୍ୟ ପ୍ରଥମ ରନର୍ସଅପ୍ ହୋଇଛନ୍ତି।
ବିଭିନ୍ନ ବର୍ଗର ସେଲେବ୍ରେଟିଙ୍କୁ ନେଇ ୧୪୦ଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା। ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମକୁ ବଲିଉଡ ଅଭିନେତା ସଲମାନ ଖାନ୍ ସଂଯୋଜନା କରିଥିଲେ।
36total visits,1visits today