ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ସିଫ୍ଟ ୯ଟାରୁ ୧୨ ଏବଂ ଦ୍ୱିତୀୟ ସିଫ୍ଟ ୩ଟାରୁ ୬ଟା ରହିଛି।
ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ ପରୀକ୍ଷା ଏବର୍ଷ ଠାରୁ ୪ ଥର ହେବ । ଛାତ୍ରୀଛାତ୍ର ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ହେବ। ବେଷ୍ଟ ର଼୍ୟାଙ୍କ ଆଧାରରେ ନାମଲେଖା ହେବ। କେବଳ ଫେବୃୟାରୀରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
କରୋନା ମହାମାରୀ ଯୋଗୁ ଶିକ୍ଷାବର୍ଷର ସମୟସୀମା ବଦଳି ଯାଇଛି। ସେହିପରି ପାଠପଢ଼ାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତାହାକୁ ଦୃଷ୍ଟିରେ ରଖି ଏହି ନୂଆ ବ୍ୟବସ୍ଥା ଆପଣାଯାଇଛି । ପ୍ରଥମ ଥର ୪ ଫେଜ୍ରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷାର୍ଥୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ପରୀକ୍ଷାର୍ଥୀ ଯେମିତି କୌଣସି ସୁଯୋଗ ହାତ ଛଡ଼ା ନ କରିବେ, ସେଥିପାଇଁ ୪ଥର ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଛି ।
23total visits,2visits today