Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ବସ୍‌ଷ୍ଟାଣ୍ଡରେ ଧମକପୂର୍ଣ୍ଣ ଚିଠି ଲଗାଇଲେ ମାଓବାଦୀ, ଅଞ୍ଚଳରେ ଭୟର ବାତାବରଣ

February 23, 2021

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନାର ହନୁମନ୍ତପୁର ବସଷ୍ଟାଣ୍ଡ ନିକଟରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଦେଖିବାକୁ ମିଳିଛି । ବ୍ୟାନରକୁ ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ଏଥିରେ ଇନଫର୍ମର ସାଜି ପୋଲିସକୁ ଖବର ଦେଉଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ । ସିଆରପିଏଫ୍ ଯବାନମାନେ ପହଞ୍ଚି ବ୍ୟାନରକୁ ସେଠାରୁ ନେଇ ଯାଇଥିବା ସୂଚନା ମିଳିଛି ।

ବ୍ୟାନରରେ ଉଲ୍ଲେଖ ରହିଛି ଚନ୍ଦ୍ରପୁର, ହନୁମନ୍ତପୁର ଓ ଜାର୍ପାର କିଛି ଲୋକ ପୋଲିସ ଇନଫର୍ମର ସାଜି ପୋଲିସକୁ ଖବର ଦେଉଛନ୍ତି । ଆସନ୍ତା୨୫ ତାରିଖ ସୁଦ୍ଧା ସେମାନଙ୍କ ସଂଗଠନ ଆଗରେ ଆତ୍ମସମର୍ପଣ (ସରେଣ୍ଡର) କରିବାକୁ ଆହ୍ୱାନ ଦିଆଯାଇଛି । ନଚେତ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି ଧମକ ଦିଆଯାଇଛି ।

କିଛି ଦିନ ହେଲା ମାଓ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଲ୍ୟାଣ୍ଡମାଇନ ବିସ୍ପୋରଣରେ ଗତକାଲି ଜଣେ ଯବାନ ଗୁରୁତର ଅଛନ୍ତି । ଏବେ ଏହି ମାଓ ପୋଷ୍ଟର ମରାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମାଓ ଧମକ ମିଳିବା ପରେ କମ୍ବିଂ ଜୋରଦାର କରାଯାଇଛି । ସବୁଠି ଯବାନମାନେ ପହରା ଦେଉଥିବା ଖବର ମିଳିଛି ।

Share on:
WhatsApp
Please follow and like us:

31total visits,1visits today

Post navigation

ବିଲରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଆଜିଠୁ ଜେଇଇ ମେନ୍, ଏବର୍ଷ ଠାରୁ ୪ ଥର ହେବ ପରୀକ୍ଷା

Related Articles

ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Odisha News Lens
March 7, 2021

ଶିମିଳିପାଳର ୧୪ଟି ସ୍ଥାନରେ ଲାଗିଛି ନିଆଁ

Odisha News Lens
March 7, 2021

ପୋଲିସ ଇନଫର୍ମର ଭାବି ସାଥୀଙ୍କୁ ହତ୍ୟା କଲେ ମାଓବାଦୀ

Odisha News Lens
March 7, 2021

Leave a Reply Cancel reply

Your email address will not be published. Required fields are marked *

7 + 2 =

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ଦିଦିଙ୍କ ଉପରେ ବର୍ଷିଲେ ମୋଦି
  • ପଦ୍ମ ଧରିଲେ ମିଥୁନ୍
  • ପିଲାଙ୍କୁ ଖୁଆନ୍ତୁ ଏହି ଖାଦ୍ୟ, ରହିବେ ସୁସ୍ଥ
  • ଭାରତରେ କେତେ ଟିକା ନେଲେଣି ଜାଣନ୍ତୁ
  • ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4208257Total Visitors.