ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଆଜି ପୁଣିଥରେ ତୈଳଦର ବୃଦ୍ଧି ପାଇଛି । ପ୍ରତିଦିନ ତୈଳଦର ରେକର୍ଡ ଭାଙ୍ଗୁଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତୈଳ ଦରବୃଦ୍ଧି ସାମୟିକ, ଶୀଘ୍ର ଠିକ୍ ହୋଇଯିବ । ବିଶ୍ୱ ବଜାରରେ ତୈଳ ଉପôାଦନ ହ୍ରାସ ପାଇଛି । ଆମେରିକାରେ ତୈଳ ଉପôାଦନ ହ୍ରାସ ପାଇଥିବାରୁ ପ୍ରଭାବ ପଡିଛି । ଏହି ଅସୁବିଧା ସାମୟିକ, ଏହା ଶୀଘ୍ର ସୁଧୁରିଯିବ । ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଜିଏସଟି କାଉନସିଲ ଏନେଇ ନିଷ୍ପତି ନେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
Please follow and like us:
33total visits,2visits today