Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

କୋଇଲା ଦୁର୍ନୀତି ମାମଲା: ମମତାଙ୍କ ପୁତୁରାକୁ ସିବିଆଇ ନୋଟିସ୍

February 21, 2021

ମମତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଚଢଉ ହୋଇଛି । କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କୁ ପଚରାଉଚରା କରିବା ପାଇଁ ରବିବାର ସିବିଆଇର ଏକ ଟିମ୍ ସମନ ଜାରି କରିବାକୁ ଅଭିଷେକଙ୍କ ବାସଭବନ ଯାଇଥିଲା । ପଚରାଉଚରା ଲାଗି ୨୪ ଘଣ୍ଟା ମଧ୍ୟରେ ହାଜର ହେବାକୁ ଅଭିଷେକଙ୍କୁ ସିବିଆଇ ନୋଟିସ୍ କରିଛି ।

ତଦନ୍ତକାରୀ ସଂସ୍ଥା ମୁତାବକ, କୋଇଲା ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା କରିବା ପାଇଁ ଅଭିଷେକଙ୍କୁ ସମନ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ପଚରାଉଚରା କରାଯିବ। କୋଇଲା ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତରେ ସାମିଲ ହେବାକୁ ତାଙ୍କୁ କୁହାଯାଇଛି।

ପୂର୍ବରୁ ସିବିଆଇ ଅଭିଷେକଙ୍କ ବିଶ୍ୱସ୍ତଙ୍କୁ ଏହି ମାମଲାରେ ଜେରା କରିବା ସହ ସେମାନଙ୍କ ଘରେ ରେଡ୍ କରିଥିଲା । ୨୦୨୦ ଡିସେମ୍ବର ୩୧ରେ କୋଲକାତାରେ ତୃଣମୂଳ ୟୁଥ୍ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ବେଆଇନ୍ ଗୋ-ଚାଲାଣକୁ ନେଇ ଏହି ରେଡ୍ କରାଯାଇଥିଲା । ଅଭିଷେକଙ୍କ ଘନିଷ୍ଠ ମଧ୍ୟରୁ ବିନୟ ମିଶ୍ରଙ୍କ ମାଧ୍ୟମରେ ଚ୍ୟାନେଲ କରାଯାଇଥିଲା, ଯାହାର ତଦନ୍ତ ଚାଲିଛି। ସେ ଏହି ମାମଲାରେ ଫେରାର ଅଛନ୍ତି । ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି।

ସିବିଆଇ ୨୦୨୦ ନଭେମ୍ବର ୨୮ରେ କୋଇଲା ଚୋରାଚାଲାଣ ମାମଲାକୁ ନେଇ ୩ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ପଶ୍ଚିମବଙ୍ଗର କୋଲକାତା ସହ ଆସନସୋଲ୍, ଦୁର୍ଗାପୁର ଓ ରାଣୀଗଞ୍ଜ ଆଦି ଅଞ୍ଚଳରେ ରେଡ୍ ହୋଇଥିଲା ।

Share on:
WhatsApp
Please follow and like us:

33total visits,3visits today

Post navigation

ପୁନେରେ ନାଇଟ କର୍ଫ୍ୟୁ
ଅମରାବତୀର ଏହି ସହରରେ ଲାଗୁ ହେଲା ଲକ୍‌ଡାଉନ, ୨୮ ଯାଏଁ ରହିବ ବଳବତ୍ତର

Related Articles

ମୋଦି ଦଙ୍ଗାକାରୀ, ଦେଶ ଏକ ଦାନବ ଦ୍ୱାରା ଶାସିତ ହେଉଛି : ମମତା

Odisha News Lens
February 24, 2021

ଲାଇଭ୍ ଟିଭି ଶୋ’ରେ ଆନ୍ଧ୍ରପ୍ରଦେଶ ବିଜେପି ମହାସଚିବଙ୍କୁ ଚପଲରେ ମାଡ

Odisha News Lens
February 24, 2021

ପୁଡୁଚେରୀରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ

Odisha News Lens
February 24, 2021

Leave a Reply Cancel reply

Your email address will not be published. Required fields are marked *

+ 34 = 42

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129255Total Visitors.