ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଏହି ସମୟରେ ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିକୁ ଓ ଲୋକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏହାସହ ଆସନ୍ତା ୨୮ ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ । ସୋମବାରଠାରୁ ନୂଆ ଗାଇଡଲାଇନ୍ ଜାରି ହେବ ବୋଲି ପୁନେ ଡିଭିଜନାଲ କମିଶନର ସୌରଭ ରାଓ ସୂଚନା ଦେଇଛନ୍ତି ।
ଗାଇଡ ଲାଇନ ଅନୁଯାୟୀ, ବିବାହ ଏବଂ ଭୋଜିଭାତ କିମ୍ବା କୌଣସି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏଭଳି କାର୍ଯ୍ୟକ୍ରମ ପାଇଁ ପୁଲିସ ଠାରୁ ଏନଓସି ନେବାକୁ ପଡିବ। କର୍ଫ୍ୟୁ ସମୟରେ ବିବାହ, ହଲ, ବଜାର, ସିନେମା ହଲ ଆଦି ପୁରାପୁରି ବନ୍ଦ ରହିବ। ଆସନ୍ତାକାଲିଠାରୁ ନୂଆ ଗାଇଡଲାଇନ୍ କାର୍ଯ୍ୟକାରୀ ହେବ ବୋଲି ପୁଣେ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି।
ମହାରାଷ୍ଟ୍ରର କେତେକ ସହରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତି ନିଆଯିବା ଜରୁରୀ ବୋଲି କୁହାଯାଉଛି । ମହାରାଷ୍ଟ୍ର ମନ୍ତ୍ରୀ ବିଜୟ ବଡ୍ଡେଟିବାରଙ୍କ ଅନୁସାରେ, ନାଗପୁର, ଅମରାବତୀ, ୟବତମାଳ ଭଳି ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀ ୨୦ ତାରିଖରେ ମହାରାଷ୍ଟ୍ରରେ କରୋନାର ୬ ହଜାର ୨୮୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି ।
33total visits,2visits today