ଆଗ୍ରା ଜେଲରେ ଦଶମ ପରୀକ୍ଷା ଦେବେ ଅଭିଷେକ ବଚ୍ଚନ । ପରୀକ୍ଷା ଫେବୃୟାରୀ ୨୩ରେ ହେବ। ତେବେ ଆପଣ ଏକଥା ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ । ହେଲେ ଏହା ସତ ନୁହେଁ । ଏକ ଫିଲ୍ମର ସିନ୍ରେ ଏହା ରହିଛି । ଯେଉଁଥିରେ ଅଭିଷେକ ବଚ୍ଚନ ଦଶମ ଶ୍ରେଣୀ ପିଲାଙ୍କ ଭଳି ପରୀକ୍ଷା ଦେବେ ।
ଫିଲ୍ମ ‘ଦଶବି’ର ଶୁଟିଂ ଚାଲିଛି । ଶୁଟିଂ ପାଇଁ ଆଗ୍ରା କେନ୍ଦ୍ରୀୟ ଜେଲ୍ରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁଟିଂ ପାଇଁ ଜେଲ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଫିଲ୍ମର ଶୁଟିଂ ପାଇଁ ଜେଲକୁ ଆସୁଥିବା ୧୦୦ ଜଣିଆ ଟିମ୍ଙ୍କ ଲାଗି ପରିଚୟ ପତ୍ର ଏବଂ ବାୟୋମେଟ୍ରିକ୍ ସୁବିଧା କରାଯାଇଛି। ଏହି ଫିଲ୍ମରେ ଅଭିଷେକଙ୍କ ଅପୋଜିଟ୍ରେ ୟାମୀ ଗୌତମୀ ଅଭିନୟ କରୁଛନ୍ତି। ତେବେ ଦଶବି ଫିଲ୍ମ ଦର୍ଶକଙ୍କୁ ନୂଆ ମନୋରଞ୍ଜନ ଦେବ ବୋଲି ଆଶାବାଦୀ ଅଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ ।
Please follow and like us:
32total visits,1visits today