ବଲିଉଡର ଅଭିନେତ୍ରୀ କଙ୍ଗନା ରାନାଓ୍ବତ୍ ପବିତ୍ର ମାଘସପ୍ତମୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି କଙ୍ଗନା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।
ତେବେ ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ଟ୍ୱିଟ୍ କରି ଜଣାଇଛନ୍ତି କଙ୍ଗନା ରାଣାଓ୍ୱତ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଆମେ ରାଧା ଏବଂ ଋକ୍ମଣୀଙ୍କୁ (ଲକ୍ଷ୍ମୀ) ଦର୍ଶନ କରିଆସୁଛେ, କିନ୍ତୁ ପୁରୀ ଜଗନ୍ନାଥରେ ଭଗବାନ କୃଷ୍ଣ ନିଜ ଭାଇ ଭଉଣୀଙ୍କ ସହ ଦର୍ଶନ ଦେଉଛନ୍ତି ।
ଗତବର୍ଷ ଡିସେମ୍ୱର ମାସରେ ହିଁ କଙ୍ଗନା ମହାପ୍ରଭୁଙ୍କ ଦର୍ଶନ ଲାଗି ଆଗ୍ରହ ପ୍ରକାଶ କରିଥିଲେ । ଏଣୁ ସେ ଗତକାଲି ଭୁବନେଶ୍ୱର ଏୟାରପୋର୍ଟରେ ଓ୍ୱାଇ ସିକ୍ୟୁରିଟି ମଧ୍ୟରେ ଆସି ପହଞ୍ଚିଥିଲେ ।
52total visits,1visits today